ଆପାର୍ଟମେଂଟରେ ଲାଗିବ ଆଇପି କ୍ୟାମେରା

 

ରାଜଧାନୀର ଆପାର୍ଟମେଂଟରେ ଲାଗିବ ସିସିଟିଭି । ପୋଲିସ ପାଖରେ ରହିବ ଆଡ୍ରେସ । ଚୋରି ରୋକିବା ପାଇଁ ଏଭଳି ନିର୍ଦେଶ ଦେଇଛନ୍ତି କମିଶନରେଟ ପୋଲିସ । ଆପାର୍ଟମେଣ୍ଟବାସୀଙ୍କ ପାଇଁ  କୁହାଯାଇଛି ଯେ ଆପାର୍ଟମେଣ୍ଟର ପ୍ରବେଶ ପ୍ରସ୍ଥାନ ପଥରେ ଲାଗିବ ସିସିଟିଭି । ସମସ୍ତ ଆପାର୍ଟମେଣ୍ଟରେ କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୁଲିସ । ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ଏହା ନିଶ୍ଚିତ କରିବେ । କ୍ୟାମେରାରେ କଏଦ ତଥ୍ୟ କମିଶନରେଟ ପୋଲିସକୁ ଦେବେ । ଆପାର୍ଟମେଣ୍ଟରେ ଚୋରି ବଢ଼ିବାରୁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଛି । ଆପାର୍ଟମେଣ୍ଡରେ ଲାଗିବ ଆଇପି କ୍ୟାମେରା । ଜଣେ ଏସିପିଙ୍କୁ କ୍ୟାମେରା ତଥ୍ୟ ଜଣାଇବାକୁ ନିର୍ଧାରିତ କଲା ପୋଲିସ । ୨୦୨୪ରେ ଟୁଇନି ସିଟିରେ ଆପାର୍ଟମେଣ୍ଟରୁ ୬୫ଟି ଚୋରି ଅଭିଯୋଗ ହୋଇଥିଲା । ଚୋରି ଘଟଣାରେ ୨୯ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କ୍ୟାମେରାର ସବୁ ତଥ୍ୟ କମିଶନରେଟ ପୋଲିସ ପାଖରେ ରହିବ

କିଛି ମାସ ହେଲା ଅସୁରକ୍ଷିତ ହୋଇପଡିଛି ରାଜଧାନୀର ଆପାର୍ଟମେଂଟ । ବିଶେଷ କରି ପୂଜା ସମୟରୁ ଆରମ୍ଭ ହୋଇଥିବା ଏହି ଲୁଟପାଟ ଉପରେ ଅଙ୍କୁଶ ଲଗାଇ ପାରିନି କମିସନରେଟ ପୋଲିସ । ଲୁଟେରାଙ୍କ ଟାର୍ଗେଟରେ ଏବେ ଆପାର୍ଟମେଂଟ ରହିଛି । ବଡ କଥା ହେଉଛି, ଲୁଟ ଘଟଣାର ଦୃଶ୍ୟ କିଛି ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ଲୁଟେରାଙ୍କୁ ପୋଲିସ ଧରିପାରୁନାହିଁ । ସେପଟେ କମିସନରେଟ ପୋଲିସ ସବୁ ଆପାର୍ଟମେଂଟକୁ ସୁରକ୍ଷା ଯୋଗାଇ ଦେବାକୁ ହେଲେ ଏଭଳି ସିସିଟିଭି ଲଗାଇବାକୁ ପୋଲିସ ପକ୍ଷରୁ ସଚେତନ କରାଯିବ ବୋଲି କୁହାଯାଇଛି ।  କାରଣ ରାଜଧାନୀରେ ମାତିଛନ୍ତି ଲୁଟେରା । ସୁଯୋଗ ପାଇଲେ ଘରେ ପଶି ଟଙ୍କା ସୁନା ଗହଣା ଲୁଟି ନେଉଛନ୍ତି । ବଡ କଥା ହେଉଛି, ଲୋକେ ସୁରକ୍ଷିତ ବୋଲି ଭାବୁଥିବା ଆପାର୍ଟମେଂଟ ଏବେ ଲୁଟେରାଙ୍କ ଟାର୍ଗେଟରେ ରହିଛି । ଗତ ୨୫ ଦିନରେ ରାଜଧାନୀର ପାଖାପାଖି ଦୁଇ ଡଜନ ଆପାର୍ଟମେଂଟ ସହ ୩୧ଟି ଘରେ କଳାକନା ବୁଲାଇ ସାରିଲେଣି ଲୁଟେରା । ତମାଣ୍ଡୋ. ଚନ୍ଦକା, ଇନଫୋସିଟି, ଭରତପୁର ଅଂଚଳର ଆପାର୍ଟମେଂଟ ଲୁଟେରାଙ୍କ ଭୁସ୍ୱର୍ଗ ପାଲଟିଥିବା ରିପୋର୍ଟରୁ ପ୍ରକାଶ ପାଇଛି । ଲୁଟ ପରେ ପୋଲିସ ମାମଲା ରୁଜୁ କରୁଛି, କିନ୍ତୁ ଚୋର ଧରାପଡୁ ନାହାନ୍ତି । ପୋଲିସ କିନ୍ତୁ ଲୁଟେରାଙ୍କ ପାଖରେ ପହଂଚି ପାରୁନାହିଁ ।