ବାତ୍ୟା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ବାତ୍ୟା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ । ବାତ୍ୟା ପରିସ୍ଥିତିରେ ଲୋକ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷରୁ ବାତ୍ୟା ପରିସ୍ଥିତିର ଉପରେ ନଜର ରଖାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏନଡିଆରଏଫ ଟିମ୍ ବାତ୍ୟା ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଉଦ୍ଧାରକାର୍ଯ୍ୟକୁ ଆହୁରି ତ୍ବରାନ୍ୱିତ କରାଯାଇଥିବା ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଭାବିତ ଅଞ୍ଚଳକୁ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଠାଯାଇଛି । ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ରାଜ୍ୟର ୧୧ ଜିଲ୍ଲା ଅଧିକ ପ୍ରଭାବିତ ହେବ । ୩୮ ବ୍ଲକ ପ୍ରଭାବିତ ହେବା ଆଶଙ୍କା ରହିଛି । ୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହିତ ୭ ହଜାର ୨୮୫ ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା ହୋଇଛି । ୨ ହଜାର ୩୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କ ଘର ଜଗିବାକୁ ପାଟ୍ରୋଲିଂ ବ୍ୟବସ୍ଥା ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ ଯୋଗାଣ ପାଇଁ ପ୍ରସ୍ତୁତି ସରିଛି । ଡିଜି, ଜେନେରେଟର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି  ସ୍ଥିତି ଅନୁଧ୍ୟାନ କରି ଅଧିକାରୀମାନେ ସରକାରଙ୍କୁ ରିପୋର୍ଟ ଦେବେ । ସରକାରଙ୍କ ନିବେଦନକୁ ଲୋକେ ଗ୍ରହଣ କରିଥିବାରୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।