ଦିଲ୍ଲୀରେ ବୋମା ବିସ୍ଫୋରଣ, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ:  ଦିଲ୍ଲୀରେ ବୋମା ବିସ୍ଫୋରଣ ଘଟିଛି । ସିଆରପିଏଫ ସ୍କୁଲ କାନ୍ଥ ଗେଟ ନିକଟରେ ବୋମା ବିସ୍ପୋରଣ ଘଟିବାରୁ ଏକ କାର କ୍ଷତିଗ୍ରସ୍ତ ହୋଇଛି ।   ରୋହିଣୀ ଜିଲ୍ଲାର ପ୍ରଶାନ୍ତ ବିହାର ଅଞ୍ଚଳରେ ଏହି  ବିସ୍ଫୋରଣ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ବିଦ୍ୟାଳୟର କାନ୍ଥ ନିକଟରେ ଏହି ବିସ୍ଫୋରଣ ଘଟିଥିଲା ବେଳେ ସେଠାରେ କେହି ଉପସ୍ଥିତ ନଥିଲେ । ବୋମା ବିସ୍ଫୋରଣ ପରେ ଅଞ୍ଚଳରେ କଳାଧୂଆଁ  ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପୁଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଘଟଣାସ୍ଥଳରୁ ସେପରି କିଛି ମିଳି ନ ଥିଲା। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଅଗ୍ନିଶମ ବିଭାଗ ସକାଳ ପ୍ରାୟ ୭ଟା ୫୦ ବେଳେ ଘଟଣା ସମ୍ପର୍କରେ ସୂଚନା ପାଇଥିଲା, ପରେ ତୁରନ୍ତ ଦୁଇଟି ଦମକଳ ଗାଡିକୁ ଘଟଣାସ୍ଥଳକୁ ପଠାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡ କିମ୍ବା କାନ୍ଥର କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ମିଳିନାହିଁ। ଏ