ଭୁବନେଶ୍ବର: କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ୱରଂଜନ ମହାନ୍ତିଙ୍କ ନାରେ ଭରତପୁର ଥାନାରେ ମାମଲା ହୋଇଛି । ନିର୍ବାଚନ ପ୍ରଚାର ସମୟରେ ବକେୟା ଟଙ୍କାକୁ ନେଇ ରାଜ୍ୟ କଂଗ୍ରେସର ୩ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ନେତା ବିଶ୍ୱରଂଜନ ମହାନ୍ତିଙ୍କ ନାରେ ଭରତପୁର ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏହି ତିନି ଜଣଙ୍କ ବିରୋଧରେ ଆଇପିସିର ଧାରା ୧୨୦ବି, ୪୨୦, ୫୦୬ ଓ ୩୪ ଲାଗିଛି। ସାଧାରଣ ନିର୍ବାଚନ-୨୦୨୪ରେ ଅଭିଯୋଗକାରୀ ଆଶୁତୋଷ ମହାପାତ୍ରଙ୍କୁ ଏଲଇଡି ଗାଡ଼ିରେ ପ୍ରଚାର ପାଇଁ ବ୍ୟବସାୟିକ ଚୁକ୍ତି ନାମା ହୋଇଥିଲା। ଏଥିପାଇଁ ଦେଢ଼ କୋଟି ଟଙ୍କା ଦେବା ନେଇ ଫାଇନାଲ ହୋଇଥିବା ବେଳେ ୮ ଲକ୍ଷ ଟଙ୍କା ଆଡ଼ଭାନ୍ସ ଦିଆ ଯାଇଥିଲା। ନିର୍ବାଚନ ପରେ ବଳକା ଟଙ୍କା ମାଗିବାରୁ ଟଙ୍କା ନ ଦେଇ ଆଶୁତୋଷଙ୍କୁ ଧମକ ଦେଇଥିଲେ ଶରତ ପଟ୍ଟନାୟକ ଓ ବିଶ୍ୱ ରଞ୍ଜନ ମହାନ୍ତି। ଏହି ଅଭିଯୋଗ କରି ଥାନାରେ ମାମଲା କରିଛନ୍ତି ଆଶୁତୋଷ ।
Trending
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
Prev Post
Next Post