ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ଜରୁରୀ ବୈଠକ

 

 

ଦିଲ୍ଲୀରେ କ୍ରମାଗତ ଭାବେ ବାୟୁର ଗୁଣବତ୍ତା ହ୍ରାସ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର ।  ପ୍ରଚଳିତ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଉଭୟ ସଡ଼କ ଓ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି ଧୂଳି ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିବା ର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଜୋର୍‌ ଦେଇଛନ୍ତି ।  ଧୂଳି ଉତ୍ପାଦନକୁ ରୋକିବା ପାଇଁ ରାସ୍ତାର କେନ୍ଦ୍ର ସ୍ଥଳୀରେ ସବୁଜିମା ସୃଷ୍ଟି କରିବା ଏବଂ ରାସ୍ତା ଘାଟ, ରାସ୍ତା କଡ଼ରେ ଖୋଲା ସ୍ଥାନକୁ ସ୍ୱଚ୍ଛ/ ସବୁଜ କରିବା ପାଇଁ ମିଶନ ମୋଡ୍ ଆଭିମୁଖ୍ୟ ଗ୍ରହଣ କରିବାକୁ ଡ. ମିଶ୍ର ପରାମର୍ଶ ଦେଇଥିଲେ ।  ବିଶେଷ କରି ଉଚ୍ଚ ପ୍ରଦୂଷଣ ସ୍ଥାନ ଏବଂ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି) ଅଧୀନରେ ଯାନ୍ତ୍ରିକ ରାସ୍ତା ସଫେଇ, ପର୍ଯ୍ୟାପ୍ତ ସଂଖ୍ୟକ ସ୍ମଗ୍‌ ନିରୋଧୀ ଗନ୍‌ ମୁତୟନ ଏବଂ ନିୟମିତ ପାଣି ସିଞ୍ଚନକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।