ଆଜିଠୁ ଓଡ଼ିଶାର ରଣଜୀ ଆରମ୍ଭ
ଭାରତର ସବୁଠୁ ବୃହତ୍ ତଥା ସମ୍ମାନଜନକ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ରଣଜୀ ଟ୍ରଫି ଶୁକ୍ରବାରଠୁ ଆରମ୍ଭ ହେବାକୁ ଯାଉଛି। ଏଲିଟ୍ ଗ୍ରୁପ୍ ଏ’ରେ ସ୍ଥାନ ପାଇଥିବା ଓଡ଼ିଶା ପ୍ରଥମ ମ୍ୟାଚ୍ରେ ତ୍ରିପୁରା ବିପକ୍ଷରେ ଅଗରତାଲାରେ ଅଭିଯାନ ଆରମ୍ଭ କରିବ। ୨୦୧୯-୨୦ ଋତୁ ପରେ ପ୍ରଥମ ଥର ଏହି ଦୁଇ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। କିନ୍ତୁ ମ୍ୟାଚ୍ ଉପରେ ବର୍ଷା ବାଧକ ସାଜିପାରେ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ ପଡ଼ିଆ ଖେଳିବା ପାଇଁ ଅନୁପଯୁକ୍ତ ହୋଇପଡ଼ିଛି। ଗୁରୁବାର ବର୍ଷା ଛାଡ଼ିଥିବାରୁ ଖେଳାଳିମାନେ ହାଲ୍କା ଅଭ୍ୟାସ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ନେଟ୍ସକୁ ଠିକ୍ ଭାବେ ଓହ୍ଲାଇପାରି ନାହାନ୍ତି। ପଡ଼ିଆ ଓଦା ଥିବାରୁ ଶୁକ୍ରବାର ମ୍ୟାଚ୍ ମଧ୍ୟ ଆରମ୍ଭ ହେବା ବିଳମ୍ବ ହୋଇପାରେ।