ଭାରତୀୟ ନୌସେନାକୁ ମିଳିବ ଦୁଇଟି ପରମାଣୁ ବୁଡ଼ାଜାହାଜ

ଭାରତୀୟ ନୌସେନାକୁ ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ  ବୁଡ଼ାଜାହାଜ ମିଳିବ, ଯାହା କି ଭାରତ ମହାସାଗର ଅଞ୍ଚଳରେ ଏହାର କ୍ଷମତାକୁ ବହୁଗୁଣିତ କରିବ। ବିଶାଖାପାଟଣାସ୍ଥିତ ସିପ୍ ବିଲ୍ଡିଂ ସେଣ୍ଟର ସହ ଏହି ଦୁଇଟି ବୁଡ଼ାଜାହାଜ ନିର୍ମାଣ ପାଇଁ ପ୍ରାୟ ୪୫,୦୦୦ କୋଟି ଟଙ୍କାର ଚୁକ୍ତି ହେବ।