ଇସ୍ରାଏଲ ପାଇଲା ବଡ଼ ସୁରାକ
ସେପ୍ଟେମ୍ବର ୨୧ ତାରିଖରେ ହମାସ ମୁଖ୍ୟ ୟାହା ସିନୱାର ନିହତ ହୋଇଛି ବୋଲି ଇସ୍ରାଏଲ ସେନା ପକ୍ଷରୁ ବିବୃତି ଜାରି କରାଯାଇଥିଲା। ଶୀର୍ଷ କମାଣ୍ଡର ମୃତ୍ୟୁକୁ ଏକ ବଡ଼ ସଫଳତା ବୋଲି କହିଥିଲା ଇସ୍ରାଏଲ। ଏପରିକି ସେନାର ମିସନ ଗାଜାକୁ ଅଧିକ ସହଜ କରିଥିଲା ସିନୱାରର ମୃତ୍ୟୁ । କିନ୍ତୁ କିଛି ଦିନ ନଯାଉଣୁ ଏବେ ଇସ୍ରାଏଲର ମୁଣ୍ଡ ବିନ୍ଧା ବଢ଼ିଛି କାରଣ ଇସ୍ରାଏଲ ସେନା ଦାବି କରିଛି ଯେ ଏବେବି ବଞ୍ଚିଛି ସିନୱାର। ଇସ୍ରାଏଲ ମିଲିଟାରି ଏଜେନ୍ସି ନିଜେ ହମାସ ମୁଖ୍ୟ ବଞ୍ଚିଥିବା କହିଛି । ନିକଟରେ ଏକ ଗୁପ୍ତ ଠିକଣାରୁ ସିନୱାର କତାର ସହ ଯୋଗାଯୋଗ କରିଛି ।