ଚଳିତ ପାର୍ବଣ ଋତୁରେ ସୁନା, ରୁପା ଓ ମୂଲ୍ୟବାନ ଅଳଙ୍କାର କ୍ରୟ କରିବା ସହିତ ପ୍ରିୟଜନଙ୍କୁ ଉପହାର ଦେବା ପାଇଁ ଆମାଜନ ଗୋଲ୍ଡ ଭାଉଚର ଏକ ସରଳ ସମାଧାନ ପାଲଟିଛି। ଏପରିକି ଏହା ଜରିଆରେ ଉପଭୋକ୍ତା ଅଳଙ୍କାର କ୍ରୟଠାରୁ ଆରମ୍ଭ କରି ଉପହାର ପ୍ରଦାନ ପର୍ଯ୍ୟନ୍ତ ବ୍ୟାପକ ସୁବିଧା ପାଇପାରିବେ। ଉଲ୍ଲେଖଯୋଗ୍ୟ, ଫିନଟେକ୍ କମ୍ପାନୀ ପାଇନ୍ ଲ୍ୟାବ୍ସ ପ୍ରାଇଭେଟ୍ ଲିମିଟେଡ୍ (ପାଇନ୍ ଲ୍ୟାବ୍ସ) ଏବଂ ଆମାଜନ.ଇନ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ପାଇନ ଲ୍ୟାବ୍ସ ସହଭାଗିତାରେ ଆମାଜନ ଗୋଲ୍ଡ ଭାଉଚରର ଶୁଭାରମ୍ଭ କରାଯାଇଛି। ଏହା ହେଉଛି ଏକ ଉପଯୁକ୍ତ କର୍ପୋରେଟ୍ ଗିଫ୍ଟିଂ ସଲ୍ୟୁଶନ୍, ଯାହା ଆମାଜନ ପେ’ର ସୁବିଧା ସହିତ ସୁନା ସହ ଜଡ଼ିତ ନିବେଶକୁ ସହଜ କରିଛି। ଏହି ଭାଉଚର୍ ବର୍ତ୍ତମାନ ପାଇନ ଲ୍ୟାବ୍ସ ଦ୍ୱାରା ପରିଚାଳିତ ହେଉଛି, ପାରମ୍ପରିକ ଗୋଲ୍ଡ ଭାଉଚର୍ ଗୋଟିଏ ବ୍ରାଣ୍ଡ୍ରେ ସୀମିତ ଥିବାବେଳେ ଏହି ଭାଉଚର ହେଉଛି, ପ୍ରଥମ ପ୍ରିପେଡ୍ ଉପକରଣ,ଯାହା ଉପଭୋକ୍ତାଙ୍କୁ ଆମାଜନ.ଇନରେ କଲ୍ୟାଣ,ଏମଏମଟିସି, ତନିସ୍କ ଏବଂ ଜୟଆଲୁକ୍କାସ ଭଳି ବିଶ୍ବସ୍ତ ସୁନା ବ୍ରାଣ୍ଡ୍ ମଧ୍ୟରୁ ସିଧାସଳଖ ଚୟନ କରିବାର ସୁବିଧା ପ୍ରଦାନ କରୁଛି।
Trending
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ
Prev Post
Next Post