ନାଇଜେରିଆର ନାଇଜର ରାଜ୍ୟର ଏକ ନଦୀରେ ଜାହାଜ ବୁଡ଼ିଯିବାରୁ ଅତି କମରେ ୭୮ ଜଣଙ୍କର ମୃତ୍ୟୁ ଘଟିଛି । ଜିନହୁଆ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ରାଜ୍ୟ ପରିଚାଳନା ଏଜେନ୍ସି ମୁଖ୍ୟ ଅବଦୁଲ୍ଲା ବାବା-ଆରା କହିଛନ୍ତି ଯେ ଶନିବାର ଦିନ ଆହୁରି ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।କୁହାଯାଉଛି ଯେ, ଏହି ଡଙ୍ଗା ଏକ ଇସଲାମ ପର୍ବରୁ ୩୦୦ ରୁ ଅଧିକ ଲୋକଙ୍କୁ ନେପଇ ଫେରୁଥିଲା । କିନ୍ତୁ ତା’ପରେ ହଠାତ୍ ଏହା ନଦୀରେ ଓଲଟିଗଲା ଏବଂ ଏଥିରେ ଥିବା ଯାତ୍ରୀମାନେ ପାଣିରେ ଏପଟ ସେପଟ ହୋଇ ଭାସିବାକୁ ଲାଗିଲେ ।୧୫୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା ନାଇଜେରିଆର ରାଷ୍ଟ୍ରପତି ବୋଲା ଟିନୁବୁଙ୍କ ମୁଖପାତ୍ର କହିଛନ୍ତି ଯେ, ୩୦୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ଜାହାଜ ବୁଡ଼ିଯିବା ପରେ ଅତି କମରେ ୭୮ ଟି ମୃତଦେହ ଉଦ୍ଧାର କରାଯାଇଛି । ମୁଖପାତ୍ର ଆହୁରି କହିଛନ୍ତି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ନାଇଜର ନଦୀରେ ଜାହାଜ ବୁଡ଼ି ଯାଇଥିଲା । ଏହି ଦୁର୍ଘଟଣା ମୋକୱା ସ୍ଥାନୀୟ ସରକାରୀ ଅଞ୍ଚଳର ଜେବା ଡ୍ୟାମ ନିକଟରେ ଘଟିଛି । ୩୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୧୫୦ ଜଣ ଉଦ୍ଧାର ହୋଇଥିଲେ । ୭୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post