ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍‌

ଡିସେମ୍ବର ୧୫ରୁ କୋଣାର୍କ ମେରାଇନ ରୋଡ୍‌ ସଂଲଗ୍ନ ବେଳାଭୂମିରେ ଆରମ୍ଭ ହେବ ଇକୋ ରିଟ୍ରିଟ୍‌। ବିଳାସପୂର୍ଣ୍ଣ ଟେଣ୍ଟରେ ତାରକା ହୋଟେଲର ଅନୁଭବ ନେବେ ପର୍ଯ୍ୟଟକ। ଜଳକ୍ରୀଡ଼ା, ବିଚ୍‌ ସ୍ପୋର୍ଟସ ତଥା ବେଳାଭୂମି କ୍ରୀଡ଼ା, ଇନ୍‌ଡୋର ଗେମ୍‌ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଅବକାଶ ପାଇବେ ପର୍ଯ୍ୟଟକ। ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ସମୁଦ୍ର କୂଳରେ ବିଳାସପୂର୍ଣ୍ଣ ଟେଣ୍ଟରେ ଅବସର କାଟିବା ସହ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇବେ।