ଗୋଟିଏ ପଟେ ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ନିବେଶକମାନଙ୍କ ଚିନ୍ତା ବଢ଼ାଇଥିବା ବେଳେ ଚୀନ୍ ସରକାର ଅର୍ଥନୈତିକ ପ୍ରୋତ୍ସାହନ ଘୋଷଣା କରିବା ପରେ ବିଦେଶୀ ନିବେଶକମାନେ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ଏହି ଦୁଇ କାରଣ ଲାଗି ଦେଶର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଚଳିତ ସପ୍ତାହ କାରବାର ସମ୍ପୂର୍ଣ୍ଣ ଅସ୍ଥିର ରହିଛି। ଗତ ପାଞ୍ଚ ଦିନ ମଧ୍ୟରେ ସେନ୍ସେକ୍ସ ୪୧୪୮ପଏଣ୍ଟ ହ୍ରାସ ପାଇଥିବା ବେଳେ ନିବେଶକମାନେ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗତକାଲି ୧୭୬୯ ପଏଣ୍ଟ ତଳକୁ ଖସିଥିବା ସେନ୍ସେକ୍ସ ଶୁକ୍ରବାର ୮୦୯ ପଏଣ୍ଟ ହ୍ରାସ ପାଇ ୮୧,୬୮୮ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୩୫ ପଏଣ୍ଟ ହ୍ରାସ ପାଇ ୨୫,୦୧୪ ପଏଣ୍ଟରେ ବନ୍ଦ ହୋଇଛି।
Trending
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ
- ସୁରୁଖୁରୁରେ ସରିବ ମହାପ୍ରଭୁଙ୍କ ରଥଯାତ୍ରା
- ୬ ରୋଗୀଙ୍କ ଜୀବନ ନେଲା ଭୁଲ୍ ଇଞ୍ଜେକ୍ସନ
- ଶର୍ମିଷ୍ଠା ପାନୋଲିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିବା ଅଭିଯୋଗକାରୀ ନିଖୋଜ
- ମଦ ନୀତି ଅନୁଧ୍ୟାନ କରିବେ ସରକାର
Prev Post
Next Post