ମହିନ୍ଦ୍ରା ର ନିଉ ମଡେଲ କାର
ମହିନ୍ଦ୍ରା ସହାୟକ କମ୍ପାନୀ ମହିନ୍ଦ୍ରା ଲଷ୍ଟ ମାଇଲ ମୋବିଲିଟି ଲିମିଟେଡ୍ ଶୁକ୍ରବାର ଦିନ Mahindra Zeo EV V1 ଏବଂ V2 ଲଞ୍ଚ କରିଛି । ଏହି EV ରେ ଦୁଇଟି ବ୍ୟାରିଆଣ୍ଟ ଅଛି- Mahindra Zeo EV V1 ଏବଂ V2 । ରିପୋର୍ଟ ଅନୁଯାୟୀ, ଏହି ଗାଡିର ପ୍ରାରମ୍ଭିକ ମୂଲ୍ୟ ବେସ୍ ବ୍ୟାରିଆଣ୍ଟ ପାଇଁ ୭.୫ ଲକ୍ଷ ଟଙ୍କା (ଏକ୍ସ-ସୋ’ରୁମ୍, ପ୍ୟାନ-ଇଣ୍ଡିଆ) ହେବ । ଏହି ଗାଡିର ପାୱାର ଟ୍ରେନ ଆର୍କିଟେକଚର୍ ହାଇ-ଭୋଲ୍ଟେଜ ୩୦୦+ V ରହିବ ।Mahindra Zeo EV ର ମୋଟର ଟାଇପ୍ସ ହେଉଛି ପରମାନେଣ୍ଟ ମ୍ୟାଗ୍ନେଟ୍ ସିଙ୍କ୍ରୋନସ୍ ମୋଟର ଅଛି, ଯାହାର ମୋଟର ପାୱାର ୩୦Kw ଏବଂ ମୋଟର ଟର୍କ ୧୧୪Nm ରହିଛି । ଗାଡିର ବ୍ୟାଟେରୀ କାପାସିଟି ୨୧.୩ kWh (ଲିକ୍ୱିଡ୍ କୁଲଡ୍ ବ୍ୟାଟେରୀ) ଏବଂ ଏଥିରେ ୧୮.୪ kWh ବ୍ୟାଟେରି ଲାଗିଛି । ଗାଡିର ସର୍ବାଧିକ ବେଗ ଘଣ୍ଟା ପ୍ରତି ୬୦ କିଲୋମିଟର । ଗାଡିର ପ୍ରକୃତ ଡ୍ରାଇଭିଂ ରେଞ୍ଜ ହେଉଛି ୧୬୦ କିଲୋମିଟର । Mahindra Zeo ର ଦୁଇଟି ଡ୍ରାଇଭିଂ ମୋଡ୍ ରହିଛି ଯାହା ହେଉଛି- ଇକୋ ଏବଂ ପାୱାର ।