ଦଶହରା ଛୁଟି ପରେ ହେବ ପରୀକ୍ଷ
ଚଳିତ ବର୍ଷ ଅକ୍ଟୋବର ୪ରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବ୍ଲକ୍ ସ୍ତରୀୟ ସୁରଭି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ପ୍ରାଥମିକ ବିଦ୍ୟାଳୟରେ ସ୍କ୍ରିମାଟିକ୍ ଶିକ୍ଷକ ନିଯୁକ୍ତି ମେଳା ଆଦି ସରକାରୀ କାର୍ଯ୍ୟକ୍ରମ ପାଇଁ ଅର୍ଦ୍ଧବାର୍ଷିକ ପରୀକ୍ଷାକୁ ଦଶହରା ଛୁଟି ପରେ କରାଯିବାକୁ ନିଷ୍ପତ୍ତି ହୋଇଛି।ରାଜ୍ୟର ପ୍ରାୟ ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଏହି ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଏହି ପରୀକ୍ଷା ପାଇଁ ଓଷ୍ଟା ପ୍ରଶ୍ନପତ୍ର ପ୍ରସ୍ତୁତ କରି ଓଡ଼ିଶାର ପ୍ରତି ଜିଲ୍ଲାର ପ୍ରଶ୍ନପତ୍ର ବିତରଣ କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରିଛି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ସୂଚନା ଦେଇଛନ୍ତି।ଚଳିତବର୍ଷ ଓଷ୍ଟା ପକ୍ଷରୁ ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ପ୍ରଶ୍ନପତ୍ର ବୋର୍ଡ ନିର୍ଦ୍ଧାରିତ ମୂଲ୍ୟାୟନ ଅନୁସାରେ ପ୍ରସ୍ତୁତ କରାଯାଇଛି।