୯ ଜିଲ୍ଲାକୁ ବିଜୁଳି ୟେଲୋ ୱାର୍ଣ୍ଣିଂ

ଆକାଶ ନିର୍ମଳ ସହ ମେଘମୁକ୍ତ ରହିଥିବାରୁ ଆସନ୍ତା ୪ ଦିନ ବିଶେଷ ବର୍ଷା ନାହିଁ । କାଁଭାଁ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ରହିବ । ସେପଟେ ଦିନ ତାପମାତ୍ରା ବଢ଼ିବ ବୋଲି ଜଣାପଡ଼ିଛି ।୬ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଜଣାପଡ଼ିଛି । ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ । ତେବେ ଆଜି ୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।