ସିଆର୍ପିଏଫ୍ ଇତିହାସରେ ପ୍ରଥମ ଥର ପଦୋନ୍ନତି
ଦିଲ୍ଲୀସ୍ଥିତ ସିଆର୍ପିଏଫ୍ ମୁଖ୍ୟାଳୟ ସମେତ ବିଭିନ୍ନ କାର୍ଯ୍ୟାଳୟରେ ଏକ ‘ରୢାଙ୍କ ପାଇପିଂ’ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଏହାର ମହାନିର୍ଦେଶକ ଏଡି ସିଂହ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି କର୍ମଚାରୀଙ୍କ ପଦୋନ୍ନତି ଘୋଷଣା କରିଥିଲେ।
କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପର ଅଂଶ ଭାବରେ ଏହା କରାଯାଇଛି, ଯେଉଁଥିରେ ପୂର୍ବରୁ ୨,୬୦୦ କର୍ମଚାରୀଙ୍କୁ ସୁଇପର, ରୋଷେୟା, ଜଳ ବାହକ ଇତ୍ୟାଦି ପଦବିରୁ ପଦୋନ୍ନତି ଦେବାକୁ ମଞ୍ଜୁରି ଦିଆଯାଇଥିଲା।