ତିରୁପତି ଲଡ଼ୁ ବିବାଦ

ଜଷ୍ଟିସ ବି ଆର୍‌ ଗଭାଇ ଏବଂ କେ ଭି ବିଶ୍ବନାଥନଙ୍କ ଖଣ୍ଡପୀଠ ତିରୁପତି ଲଡ଼ୁ ବିବାଦର ଶୁଣାଣି ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଜଟିଳ ପ୍ରଶ୍ନ କରିଛନ୍ତି।  ସେପ୍ଟେମ୍ବର ୨୫ରେ  ତିରୁପତି ଲଡ଼ୁ ମାମଲାରେ ଏତଲା ରୁଜୁ ହେଲା ଏବଂ ସେପ୍ଟେମ୍ବର ୨୬ରେ ଏହି ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ହେଲା। କିନ୍ତୁ ନାଇଡ଼ୁ ଏହା ପୂର୍ବରୁ  ସେପ୍ଟେମ୍ବର ୧୮ରେ  ଏକ କାର୍ଯ୍ୟକ୍ରମରେ ଦାବି କରିଥିଲେ ଯେ ତିରୁପତି ଲଡ଼ୁ ପ୍ରସ୍ତୁତିରେ ପଶୁ ଚର୍ବି ବ୍ୟବହାର କରାଯାଉଛି। ଖଣ୍ଡପୀଠ ଏହି ପ୍ରସଙ୍ଗରେ କହିଛନ୍ତି, ଜଣେ ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ଥିବା ବ୍ୟକ୍ତିଙ୍କ ପକ୍ଷେ ସର୍ବସାଧାରଣରେ ଏଭଳି ଟିପ୍ପଣୀ ଦେବା ଠିକ୍‌ ନୁହେଁ, ଯାହା କୋଟି କୋଟି ଲୋକଙ୍କ ଭାବନାକୁ ଆଘାତ ଦେବ।