ଭାରତକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ଦିଆଯିବାକୁ ରୁଷିଆ ସମର୍ଥନ କରିଛି
ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ପାଇବାକୁ ଭାରତକୁ ଅନେକ ଦେଶ ସମର୍ଥନ କରିଛନ୍ତି । ଏହାରି ଭିତରେ ରୁଷିଆ ମଧ୍ୟ ଭାରତକୁ ସମର୍ଥନ କରିଛି । ବ୍ରିଟେନ, ଆମେରିକା, ଫ୍ରାନ୍ସ, ଭୁଟାନ, ପର୍ତ୍ତୁଗାଲ ଏବଂ ଚିଲି ଭାରତକୁ ୟୁଏନଏସସିର ସ୍ଥାୟୀ ସଦସ୍ୟ କରିବା ପାଇଁ ସମର୍ଥନ ଜଣାଇଛନ୍ତି।ଦୀର୍ଘ ଦିନ ଧରି ମିଳିତ ଜାତିସଂଘରେ ସଂସ୍କାର ଆଣିବାକୁ ଭାରତ ଦାବି କରିଆସୁଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ଦିଆଯିବାକୁ ଭାରତର ଦାବିକୁ ଅନେକ ଦେଶ ସମର୍ଥନ କରିଆସିଛନ୍ତି । ବର୍ତ୍ତମାନ ରୁଷିଆ ମଧ୍ୟ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଅଛନ୍ତି। ସେମାନେ ହେଉଛନ୍ତି ଆମେରିକା, ଫ୍ରାନ୍ସ, ବ୍ରିଟେନ, ରୁଷିଆ ଏବଂ ଚୀନ୍। ସେଥିମଧ୍ୟରୁ ଚାରିଟି ଦେଶ ଆମେରିକା, ଫ୍ରାନ୍ସ, ବ୍ରିଟେନ ଏବଂ ରୁଷିଆ କ୍ରମାଗତ ଭାବରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଆସୁଛନ୍ତି।