ନେପାଳରେ ଭୟଙ୍କର ବନ୍ୟା
ନେପାଳରେ ଭୟଙ୍କର ବନ୍ୟା ସ୍ଥିତି । ଦୁଃଖକୁ ଦ୍ବିଗୁଣିତ କରିଛି ଭୂସ୍ଖଳନ । ବନ୍ୟାରେ ଏଯାଏ ୧୧୨ ଜଣଙ୍କ ଜୀବନ ଗଲାଣି । ଭୂସ୍ଖଳନ ଯୋଗୁ ଶହ ଶହ ନିଖୋଜ ଅଛନ୍ତି । ପ୍ରବଳ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଜାରି ରହିଛି । ଅନେକ ସ୍ଥାନରେ ନଦୀ ଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।