ରିଲିଜ୍ ହେଲା “ଦେବରା”
ତାମିଲ ଚଳଚ୍ଚିତ୍ର ‘ଜି.ଓ.ଏ.ଟି.’ରେ ସୁପର୍ଷ୍ଟାର୍ ଥଲପତି ବିଜୟ ଯେପରି ବାପା-ପୁଅଙ୍କ ଯୁଗ୍ମ ଭୂମିକାରେ ଅଭିନୟ କରିଥିଲେ ତେଲୁଗୁ ସୁପର୍ଷ୍ଟାର୍ ଜୁନିଅର୍ ଏନ୍ଟିଆର୍ ମଧ୍ୟ ‘ଦେବରା: ପାର୍ଟ ୧’ରେ ଅନୁରୂପ ଭାବେ ଉଭୟ ବାପା-ପୁଅ ଭୂମିକାରେ ଅଭିନୟ କରିଛନ୍ତି। ଏହା ଦର୍ଶାଇଥାଏ ଯେ ଦର୍ଶକଙ୍କ ହୃଦୟରେ ଦେବତୁଲ୍ୟ ସ୍ଥାନ ଅଧିକାର କରିଥିବା ଅଭିନେତାମାନେ କିପରି ସେମାନେ ଅଭିନୟ କରୁଥିବା ଚଳଚ୍ଚିତ୍ରଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାନ୍ତି। ଏହିପରି ‘ହାର୍ଡକୋର୍ ଫ୍ୟାନ୍ ଫଲୋଇଙ୍ଗ୍’ ବଲିଉଡ୍ରେ ବିଦ୍ୟମାନ ଥିଲେ ହେଁ ତାମିଲ ଓ ତେଲୁଗୁ ଶିଳ୍ପରେ ଏହାର ବ୍ୟାପ୍ତି କଳ୍ପନା ବହିର୍ଭୂତ। ସେହି କାରଣରୁ ଜୁନିଅର୍ ଏନ୍ଟିଆର୍ ଏହି ଚଳଚ୍ଚିତ୍ର ପାଇଁ ନେଇଥିବା ୮୦ କୋଟି ଟଙ୍କାର ପାରିଶ୍ରମିକ ଖବରଟି ସାଧାରଣ ମନେ ହୁଏ। ଏଭଳି ଖବର ପଢ଼ି ମନରେ ଗୋଟିଏ ପ୍ରଶ୍ନ ଆସେ, ଏହି ସୁପର୍ଷ୍ଟାର୍ମାନେ ନେଉଥିବା ପାରିଶ୍ରମିକର ଯେତିକି ଚର୍ଚ୍ଚା ହୁଏ, ସେମାନଙ୍କ ଅଭିନୟର ସେତିକି ଚର୍ଚ୍ଚା ହୁଏ ନାହିଁ କାହିଁକି? ତାହାର ଉତ୍ତର ‘ଦେବରା’ ରିଲିଜ୍ର ପ୍ରଥମ ସୋ’ ଦେଖିବା ଅଭିଜ୍ଞତାରୁ ସ୍ପଷ୍ଟ ହୋଇଯାଏ।