ଷଡଯନ୍ତ୍ର ରଚୁଛି କାନାଡା
କାନାଡାରେ କନିଷ୍କା ବୋମା ବିସ୍ଫୋରଣରୁ ପୁଣିଥରେ ଯାଞ୍ଚ୍ ଦାବିକୁ ନେଇ ପ୍ରଦାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦଳର ହିନ୍ଦୁ ସାଂସଦ କଡ଼ା ବିରୋଧ କରିଛନ୍ତି। ସେ କହିଛନ୍ତି, ଏହି ମାମଲାରେ ପୂର୍ବରୁ ୨ଟି ଯାଞ୍ଚ୍ ହୋଇସାରିଛି। ଏହି ୨ଟି ଯାଞ୍ଚ୍ରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ବୋମା ବିସ୍ଫୋରଣ ପାଇଁ ଦାୟୀ କରାଯାଇଛି। ଏବେ ଷଡଯନ୍ତ୍ର ଥିଓରୀକୁ ପ୍ରୋତ୍ସାହିତ କରୁଥିବା ସଂସଦ ପୋର୍ଟାଲରେ ତୃତୀୟ ଅନୁସନ୍ଧାନ ପାଇଁ ଦାବି ରହିଛି। କାନାଡାର ଲିବରାଲ ପାର୍ଟିର ସାଂସଦ ସୁଖ ଧଲିୱାଲ କନିଷ୍କା ବିସ୍ଫୋରଣ ଘଟଣାର ନୂତନ ତଦନ୍ତ ଦାବି କରିଛନ୍ତି। ଏହି ଅନୁସନ୍ଧାନ ପୂର୍ବରୁ ଅନ୍ୟ ସବୁ ଅନୁସନ୍ଧାନରେ, ଖଲିସ୍ତାନୀ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ ପାଇଁ ଦାୟୀ ବୋଲି ଜଣାପଡିଛି। ପ୍ରଥମ ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ, ଯେ ବୋମା ବିସ୍ଫୋରଣରେ ଖାଲିସ୍ତାନୀ ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। କନିଷ୍କା ବୋମା ବିସ୍ଫୋରଣ ଯାଞ୍ଚ୍ ଦାବି ଭାରତୀୟ ମୂଳର ସାଂସଦ ଚନ୍ଦ୍ରା ଆର୍ଯ୍ୟା ବିରୋଧ କରିଛନ୍ତି। ସୂଚନାନୁଯାୟୀ, ଏହା ଭାରତ ବିରୋଧରେ ଏକ ଷଡଯନ୍ତ୍ର। ତୃତୀୟ ଯାଞ୍ଚ୍ର ଉଦ୍ଦେଶ୍ୟ ହେଉଛି ଖଲିସ୍ତାନ ଆତଙ୍କବାଦୀଙ୍କୁ ଅଭିଯୋଗରୁ ଆଶ୍ୱସ୍ତି ଦେବା। ଖଲିସ୍ତାନୀ ଆତଙ୍କବାଦୀ ଜୁନ୍ ୨୩, ୧୯୮୫ରେ ଏୟାର ଇଣ୍ଡିଆର ବିମାନ ଉପରେ ବୋମା ବିସ୍ଫୋରଣ କରାଯାଇଥିଲା। ଏହି ଘଟଣାରେ ୩୨୯ ଲୋକଙ୍କ ମୃତ୍ୟୁ ହୋଇଥିଲା।