ଆଜିଠାରୁ ଇ-କମର୍ସ ପ୍ଲାଟଫର୍ମ Amazon ତରଫରୁ Amazon Great Indian Festival Sales ଏବଂ Flipkart ତରଫରୁ Flipkart Big Billion Days Sale ଆରମ୍ଭ ହୋଇଛି । ତେବେ ଆମାଜନ୍ ଏହି ଅଫର୍ ନିଜର Prime Members ମାନଙ୍କ ପାଇଁ ଉପଲବ୍ଧ କରାଇଥିବା ବେଳେ ଫ୍ଲିପକାର୍ଟ ନିଜ ପ୍ଲାଟଫର୍ମର Plus Member ଏବଂ VIP Members ମାନଙ୍କ ପାଇଁ ଉପଲବ୍ଧ କରିଛି । ଆଜିଠାରୁ ଏହି ଗ୍ରାହକମାନେ ନିଜ ନିଜ ପ୍ଲାଟପର୍ମରେ ସପିଙ୍ଗ କରିପାରିବେ ।ତେବେ ଅନ୍ୟ ସମସ୍ତ ଗ୍ରାହକମାନଙ୍କ ପାଇଁ ଏହି ସେଲ୍ ୨୭ ସେପ୍ଟେମ୍ବର(ରାତି)ରୁ ଆରମ୍ଭ ହେବାକୁ ଥିବା ବେଳେ କିଛି ଗ୍ରାହକଙ୍କୁ ଏହି ଅଫର୍ ୨୬ ତାରିଖରୁ ପ୍ରଦାନ କରାଯାଇଛି । ଗ୍ରାହକମାନେ ନିଜ ମନ ପସନ୍ଦର ଜିନିଷ ବଡ଼ Discountsରେ ସପିଙ୍ଗ କରିପାରିବେ । ଏହି Festive Salesରେ ବିଭିନ୍ନ IPhone ମଡେଲରେ ବଡ଼ ରିହାତି ପାଇପାରନ୍ତି ଗ୍ରାହକ । ୭୯,୯୦୦ ଟଙ୍କାରେ ଲଞ୍ଚ୍ ହୋଇଥିବା IPhone 15 ଫ୍ଲିପକାର୍ଟରେ ୫୦ ହଜାରରୁ କମ୍ ମୂଲ୍ୟରେ ଉପଲବ୍ଧ ହୋଇଥିବା ବେଳେ Iphone 13ର ମୂଲ୍ୟ ୪୦ ହଜାରରୁ ବି ତଳକୁ ଖସି ଆସିଛି ।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍