ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ଲାଗି ରହିଛି । କିଛି ସ୍ତାନରେ ବର୍ଷାର ପରିମାଣ କମ୍ ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ଜାରି ରହିଛି । ତେବେ ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିଛି । ସେପଟେ ଆଜି ବର୍ଷାର ପରିମାଣ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରିଛି ପାଣିପାଭ ବିଭାଗ । ସେଥିପାଇଁ ଉତ୍ତର ଓଡ଼ିଶାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ସତର୍କ ରହିବାକୁ ସୂଚନା ଦିଆଯାଇଛି ।