ଷ୍ଟକ୍ ବଜାରରେ ଅଧିକ ରୋଜଗାର

ଷ୍ଟକ୍ ବଜାର ଜରିଆରେ ଆୟ କରିବା ନେଇ ସଚେତନତା ବଢ଼ିବା ଓ ଲୋକମାନଙ୍କ ସ୍ମାର୍ଟଫୋନ୍‌ରେ ସହଜରେ ସେହି ସୁବିଧା ମିଳିବା ପରେ ବହୁ ଲୋକ ଟ୍ରେଡିଂରେ ଭାଗ ନେଉଛନ୍ତି। ଅଳ୍ପ ସମୟ ଭିତରେ ଅଧିକ ରୋଜଗାର କରିବା ଲୋଭରେ ରାଜ୍ୟର ହଜାର ହଜାର ଲୋକ ଫ୍ୟୁଚର୍‌ ଆଣ୍ଡ୍‌ ଅପ୍ସନ୍‌ସ (ଏଫ୍‌ ଆଣ୍ଡ୍‌ ଓ)ରେ ନିବେଶ କରି ବିପୁଳ କ୍ଷତି ସହିଛନ୍ତି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ରିପୋର୍ଟ ଅନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷରେ ଏଫ୍‌ ଆଣ୍ଡ୍‌ ଓରେ ରାଜ୍ୟର ୧ ଲକ୍ଷ ୬୦ ହଜାରରୁ ଅଧିକ ଟ୍ରେଡର୍‌ ଅଂଶଗ୍ରହଣ କରିଥିଲେ। ସେହିବର୍ଷ ଓଡ଼ିଶା ଟ୍ରେଡର୍‌ଙ୍କ ହାରାହାରି ମୁଣ୍ଡପିଛା କ୍ଷତି ୯୯ ହଜାର ଟଙ୍କା ରହିଛି।