ପରିସ୍ଥିତିରେ ଅନ୍ତରୀଣ ସରକାରଙ୍କୁ ସମର୍ଥନ କରିବୁ

ବାଂଲାଦେଶର ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ୍ ରଏଟର୍ସ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଦେଶରେ ନିର୍ବାଚନ ପାଇଁ ସେ ଅନ୍ତରୀଣ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର କରିବାରେ ସାହାଯ୍ୟ କରିବେ । ଜେନେରାଲ ୱାକର ରଏଟର୍ସକୁ କହିଛନ୍ତି, ଯାହା ହେଉ ନା କାହିଁକି ମୁଁ ସେମାନଙ୍କ ସହ ଛିଡ଼ା ହେବି ।ଯାହାଦ୍ୱାରା ସେମାନେ ନିଜର ମିଶନ କୁ ସମ୍ପୂର୍ଣ୍ଣ କରିପାରିବେ । ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଅନ୍ତରୀଣ ସରକାର ମୁଖ୍ୟ ୟୁନୁସ ଖାନ୍ ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ନ୍ୟାୟପାଳିକା, ପୋଲିସ ଏବଂ ଆର୍ଥିକ ଅନୁଷ୍ଠାନରେ ଆବଶ୍ୟକ ସଂସ୍କାର ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।