ଜାପାନରେ ଭୂକମ୍ପ

ଟୋକିଓର ଦକ୍ଷିଣରେ ଥିବା ଦୂର ଦ୍ୱୀପପୁଞ୍ଜ ପାଇଁ ଜାପାନର ପାଣିପାଗ ବିଭାଗ ସୁନାମି ଚେତାବନୀ ଦେଇଛି । ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।ଜାପାନ ପାଣିପାଗ ବିଭାଗ କହିଛି ଯେ, ମଙ୍ଗଳବାର ସକାଳେ ଇଜୁ ଦ୍ୱୀପର ଉପକୂଳବର୍ତ୍ତୀ ବାସିନ୍ଦା ୫.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଝଟକା ଅନୂଭବ କରିଛନ୍ତି ଏବଂ କିଛି ମିନିଟ ମଧ୍ୟରେ ଏହି ଅଞ୍ଚଳରେ ଏକ ମିଟର ପର୍ଯ୍ୟନ୍ତ ଲହରୀ ଉଠିବାର ଚେତାବନୀ ଜାରି କରାଯାଇଛି ।