ଭରତପୁର ଥାନା ମାମଲା ତଦନ୍ତରେ ହସ୍ତକ୍ଷେପ କରିବେନି ହାଇକୋର୍ଟ
ଭରତପୁର ଥାନା ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ। ଶୁଣାଣି ସମୟରେ ରାଜ୍ୟର ଥାନାଗୁଡ଼ିକରେ ସିସିଟିଭି ଲଗାଇବା ଉପରେ ଗୁରୁତ୍ଵାରୋପ କରିଛନ୍ତି ହାଇକୋର୍ଟ।ଭରତପୁର ଥାନା ଘଟଣାକୁ ନେଇ ସୋମବାର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି। ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି ହାଇକୋର୍ଟ। ଏଠାରେ ମାମଲାର ତଦନ୍ତରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଏହାସହ ଥାନାରେ ସିସିଟିଭି ନଥିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି।
“ଓଡ଼ିଶାରେ ୬୫୦ଟି ଥାନା ରହିଛି। ସେଥିରୁ ୫୫୯ଟି ଥାନାରେ ସିସିଟିଭି ଲାଗିଛି। କିଛି ନୂଆ ଥାନାରେ ସିସିଟିଭି ଲଗାଯାଇ ନାହିଁ। ଭରତପୁର ଏକ ଆଦର୍ଶ ଥାନା ହୋଇ ମଧ୍ୟ ଏଠାରେ ସିସିଟିଭି କ୍ୟାମେରା ନଥିବା ବଡ଼ ଉଦବେଗଜନକ ବିଷୟ। ସିସିଟିଭି ଲଗାଇବା ବାବଦରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବା ଜରୁରୀ”, କହିଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ।