କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ଘୋଷଣା

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି।ରୋଗର ପରୀକ୍ଷା, ଯାଞ୍ଚ ଏବଂ ନିଦାନରେ ଏହି ଅର୍ଥ ବ୍ୟୟକରାଯିବ। କ୍ୱାଡ୍‌ ସମ୍ମିଳନୀ ଅବସରରେ କ୍ୟାନ୍‌ସର ମୁନ୍‌ଶୁଟ୍‌ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରୋକ୍ତ ସହାୟତା ଘୋଷଣା କରିଛନ୍ତି।