ଚେସ୍ ଅଲିମ୍ପିଆଡର ଇତିହାସ ରଚିଲା ଭାରତ

୨୦୨୪ ଚେସ୍ ଅଲିମ୍ପିଆଡର ଫାଇନାଲ ରାଉଣ୍ଡରେ ଆଜରବେଜାନକୁ ପରାସ୍ତ କରି ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ମହିଳା ଖେଳାଳି । ଆଜି ହଙ୍ଗେରୀର ବୁଦ୍ଧାପେଷ୍ଟର ସାଇମା ସ୍ପୋର୍ଟସ ଆଣ୍ଡ କନଫରେନ୍ସ ସେଣ୍ଟରରେ ଭାରତ ଏହି ଇତିହାସ ସୃଷ୍ଟି କରିଛି । ଫାଇନାଲ ରାଉଣ୍ଡରେ ଦିବ୍ୟ ଦେଶମୁଖ, ବନିତା ଅଗ୍ରୱାଲଏବଂ ହରିକା ଦ୍ରୋଣାବଲ୍ଲି ଐତିହାସିକ ବିଜୟ ହାସଲ କରିଛନ୍ତି । ଏହାବ୍ୟତୀତ ଆର. ବୈଶାଳୀ ରାଉଣ୍ଡ ଡ୍ର କରିବାରେ ସଫଳ ହୋଇଛନ୍ତି ।ତେବେ ଏହି ଐତିହାସିକ ବିଜୟରେ ଭାରତକୁ ବେଶ୍ ସହାୟକ ହୋଇଛି ଆମେରିକା । କାଜକିସ୍ତାନ ବିପକ୍ଷ ମ୍ୟାଚ ଡ୍ର କରିବା ସହ ଭାରତକୁ ଆମେରିକା ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛି । ହରିକା ଏବଂ ବନ୍ତିକା ନିଜ ବୋର୍ଡରେ ବିଜୟ ହାସଲ କରିଛନ୍ତି । ଫାଇନାଲ ରାଉଣ୍ଡରେ ଭାରତୀୟ ମହିଳା ଖେଳାଳି ଆଜରବେଜାନକୁ ୩.୫-୦.୫ ରେ ପରାସ୍ତ କରି ଭାରତକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଏହାସହିତ କାଜକିସ୍ତାନ ରୌପ୍ୟ ପଦକ ହାସଲ କରିଥିବା ବେଳେ ଆମେରିକା ବ୍ରୋଞ୍ଜ ପଦକରେ ଅଭିଯାନ ଶେଷ କରିଛି । ସମଗ୍ର ଟୁର୍ନାମେଣ୍ଟରେ ଭାରତ କ୍ଲିନିକାଲ୍ ଥିଲା । ଅଭିଜ୍ଞ ଅଭିଜିତ୍ କୁଣ୍ଟେଙ୍କ ନେତୃତ୍ୱରେ ଏହି ଦଳ ପୋଲାଣ୍ଡ ବିପକ୍ଷରେ ମାତ୍ର ଗୋଟିଏ ରାଉଣ୍ଡ ଡ୍ରପ କରିଥିବା ବେଳେ ୧୧ ରାଉଣ୍ଡ ମଧ୍ୟରୁ ୯ଟି ମ୍ୟାଚରେ ବିଜୟ ହାସଲ କରିଛି ।