ଇସ୍ରାଏଲ୍ କଲା ବୋମାମାଡ଼
ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଅଲ୍-ଜେଇଟୁନ୍ ସ୍କୁଲ୍ ଉପରେ ବୋମାମାଡ଼ କରି ଇସ୍ରାଏଲ୍ ଭୟଙ୍କର ଗଣହତ୍ୟା କରିଥିବା ଗାଜାର ସରକାରୀ ଗଣମାଧ୍ୟମ କହିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ପିଲା ଓ ୬ ମହିଳା ରହିଛନ୍ତି। ଅନୂ୍ୟନ ୩୦ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଅନେକେ ଗୁରୁତର ଭାବେ ପୋଡ଼ିଯାଇଛନ୍ତି। ୨ ଜଣ ନିଖୋଜ ଥିବା ଜଣାପଡ଼ିଛି।