ଆମରିକା ୩ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତ ପାଇଁ ପ୍ରସ୍ଥାନ କରିସାରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ୱିଲମିଙ୍ଗଟନରେ ଆୟୋଜିତ ୬ଷ୍ଠ କ୍ୱାଡ୍ ଶିଖର ସମ୍ମିଳନୀରେ ସାମିଲ ହେବେ । ଏହା ସହ ନ୍ୟୁୟର୍କର ନ୍ୟାସନାଲ ଆସେମ୍ବ୍ଲିରେ ଭବିଷ୍ୟତର ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ । ଏଥିମଧ୍ୟରେ ମୋଦୀ ଜୋ ବାଇଡେନ, ଅନ୍ୟ ଦେଶର ନେତା ଏବଂ ପ୍ରବାସୀ ଭାରତୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ୍ ଶିଖର ସମ୍ମିଳନୀ ପାଇଁ ପ୍ରସ୍ଥାନ କରିବା ପୂର୍ବରୁ କହିଥିଲେ, ‘ମୁଁ କ୍ୱାଡ୍ ଶିଖର ସମ୍ମିଳନୀ ପାଇଁ ନିଜ ସହଯୋଗୀ ରାଷ୍ଟ୍ରପତି ଜୋ ବାଇଡେନ୍, ପ୍ରଧାନମନ୍ତ୍ରୀ ଅଲବନୀଜ୍ ଏବଂ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ସାମିଲ ହେବା ପାଇଁ ଉତ୍ସୁକ । ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ସମାନ ଚିନ୍ତାଧାରା ଦେଶ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି । ଏହା ଭାରତ-ଆମେରିକା ବିଶ୍ୱୟିକ ରଣନୀତିକୁ ଆହୁରି ଗଭୀର କରିବା ସହ ନୂତନ ପଥ ସମୀକ୍ଷା ଏବଂ ଚିହ୍ନଟ କରିବା ପାଇଁ ଅନୁମତି ଦେବ ।’