ରେକର୍ଡ ଭାଙ୍ଗିଲା Stree-2
ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ-୨’। ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନଙ୍କ ବ୍ଲକବଷ୍ଟର ସିନେମା ‘ଜୱାନ’ର ଲାଇଫଟାଇମ ହିନ୍ଦୀ କଲେକ୍ସନ ରେକର୍ଡକୁ ପଛରେ ପକାଇବାରେ ସଫଳ ହୋଇଛି ସ୍ତ୍ରୀ-୨ । ଏ ନେଇ ଫିଲ୍ମ ଟ୍ରେଡ ଏକ୍ସପର୍ଟ ତରଣ ଆଦର୍ଶ ସୂଚନା ଦେଇଛନ୍ତି । ରିଲିଜର ମାସକ ପରେ ୫୮୬ କୋଟି ଟଙ୍କା କଲେକ୍ସନ କରିବାରେ ସଫଳ ହୋଇଛି ଏହି ହରର୍-କମେଡି ସିନେମା । ତେବେ ଏହାପୂର୍ବରୁ ଶାହରୁଖ ଖାନଙ୍କ ‘ଜୱାନ’ ମୋଟ ୫୮୨.୩୧ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା । ତେବେ ‘ସ୍ତ୍ରୀ-୨’ ବର୍ତ୍ତମାନ ଏହି ରେକର୍ଡକୁ ପଛରେ ପକାଇ ହିନ୍ଦୀ ସିନେମା ଇତିହାସରେ ସର୍ବାଧିକ ଆୟ କରିବାର ରେକର୍ଡ ନିଜ ନାମରେ କରିଛି ।