ମୋଦି ସରକାରଙ୍କ ବଡ଼ ପଦକ୍ଷେପ: ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି

ମୋଦି ସରକାରଙ୍କ ବଡ଼ ପଦକ୍ଷେପ  । ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି ମିଳିଛି । ଯଦି ସରକାର ଏହି ବିଲ ପାସ କରନ୍ତି ତେବେ ଆଗାମୀ ନିର୍ବାଚନ ଏକା ସମୟରେ ହୋଇପାରେ । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଏବଂ ଏକ ଉଚ୍ଚସ୍ତରୀୟ କମିଟି ନିକଟରେ ଦାଖଲ ହୋଇଥିବା ଏହି ରିପୋର୍ଟକୁ ସରକାର ଗ୍ରହଣ କରିଛନ୍ତି । ଓ୍ବାନ ନେସନ ଓ୍ବାନ ଇଲେକସନ ଲାଗି  କମିଟିର ନେତୃତ୍ବ ନେଇଥିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା ଏହି କମିଟି । କମିଟି କହିବା ଅନୁସାରେ  ପ୍ରତ୍ୟେକ ନିର୍ବାଚନ ଆୟୋଜନ କରିବାରେ ବହୁତ  ଆର୍ଥିକ ବ୍ୟୟ ହୁଏ। ତାହା ହେବ ନାହିଁ । ବ୍ୟୟ କମିବ । ଲକ୍ଷ ଲକ୍ଷ କୋଟି ଖର୍ଚ ହେଉଛି ନିର୍ବାଚନରେ । କଳାବଜାରୀ ରୋକିବ ।  ବିଭିନ୍ନ ନିର୍ବାଚନ ଗୋଟିଏ ଧାରାରେ କରାଗଲେ ରାଜ୍ୟ ଓ କେନ୍ଦ୍ର ସରକାର କାମ କରିବାକୁ ଅଧିକ ସମୟ ପାଇବେ । ନିର୍ବାଚନ ପାଇଁ ସମୟ ନଷ୍ଟ ହେଉଛି ।