୩ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ଆସନ୍ତା ସେପ୍ଟେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ମୋଦୀଙ୍କ ଆମେରିକା ଗସ୍ତକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଅଧିକାରିକ ଏଜେଣ୍ଡା ଅନୁଯାୟୀ ପ୍ରଧାନମନ୍ତ୍ରୀ ୨୧ ସେପ୍ଟେମ୍ବର ଆମେରିକାର ଡେଲୱେୟର ୱିଲମିଙ୍ଗଟନ୍‌ରେ ୪ର୍ଥ ସ୍କ୍ୱାଡ୍ ସମ୍ମିଳନୀରେ ଭାଗ ନେବେ । ସେପ୍ଟେମ୍ବର ୨୨କୁ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟ ଲୋକଙ୍କୁ ସମ୍ବୋଧିତ କରିବେ । କହିରଖୁଛୁ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରବାସୀ ଭାରତୀୟମାନେ ବେଶ ଉତ୍ସାହିତ ଅଛନ୍ତି ଏବଂ ତାଙ୍କ ସ୍ୱାଗତ ପାଇଁ ବିଶେଷ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ବିଶ୍ୱ ସମେତ ଭାରତ ସମ୍ମୁଖରେ ଥିବା ବିଭିନ୍ନ ଚ୍ୟାଲେଞ୍ଜ୍ ଏବଂ ଏହାର ସମାଧାନକୁ ନେଇ ଚର୍ଚ୍ଚା ହୋଇପାରେ । ପ୍ରଧାନମନ୍ତ୍ରୀ ନିଜ ଗସ୍ତ ସମୟରେ ନ୍ୟୁୟର୍କର ଅଗ୍ରଣୀ ଆମେରିକୀୟ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟାକାରୀ ଅଧିକାରୀଙ୍କ ସହ ବାର୍ତ୍ତାଳାପ କରିବେ । ଏହା ଦ୍ୱାରା ଏଆଇ, ବାୟୋଟେକ୍ନୋଲୋଜି ଏବଂ ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ପାର୍ଟନରସିପ୍ ମଜବୁତ ହୋଇପାରିବ । ଉଲ୍ଲେଖଯୋଗ୍ୟ ଆମେରିକୀୟ ପକ୍ଷର ଅନୁରୋଧ ପରେ ଚଳିତ ବର୍ଷ କ୍ୱାଡ୍ ଶିଖର ସମ୍ମିଳନୀର ଆୟୋଜକ ଦାୟିତ୍ୱ ଆମେରିକାକୁ ହସ୍ତାନ୍ତର କରାଯାଇଛି ।