ରାହୁଲ କୁଆଡ଼େ ଯିବେ ?

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌  ଅଧିନାୟକ କେଏଲ୍ ରାହୁଲ କୁଆଡ଼େ ଯିବେ । କୁହାଯାଉଛି ସେ ଅନ୍ୟଟିମକୁ ଯିବେ ।  ତାଙ୍କୁ ଅପମାନିତ କରୁଥିବାର ଭିଡିଓ ପଦାକୁ ଆସିବା ପରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ରାହୁଲଙ୍କ ପ୍ରଶଂସକ ଏଥିଲାଗି  ଦଳ ମାଲିକ ଗୋଏଙ୍କାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏପରିକି ତୁରନ୍ତ ଏହି ଦଳ ଛାଡ଼ିବାକୁ ତାଙ୍କୁ ଆହ୍ବାନ କରିଥିଲେ। ଗୋଏଙ୍କାଙ୍କ ବ୍ୟବହାର ତାଙ୍କୁ ବ୍ୟଥିତ କରିଥିଲା ବୋଲି ରାହୁଲ ବି ଅନେକ ଥର ପରୋକ୍ଷରେ ସଙ୍କେତ ଦେଇଥିଲେ। ଏବେ ଆଗାମୀ ଆଇପିଏଲ୍ ଋତୁ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଛାଡ଼ି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ରେ ଯୋଗଦେବାର ଆଭାସ ଦେଇଛନ୍ତି ସେ। ଆର୍‌ସିବିରେ ଯୋଗଦେବାର ସମ୍ଭାବନା ଉପରେ ଜଣେ ପ୍ରଶଂସକ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଆଶାବାଦୀ ଅଛି  ବୋଲି କହିଛନ୍ତି।