ହୋଲିରେ ଆପଣାନ୍ତୁ ଏହି ଉପାୟ , ମିଳିବ ଶୁଭଫଳ..
ମେଟ୍ରୋ ଟିଭି ଓଡିଶା (୧୭ .୩ . ୨୦୨୨) : ହିନ୍ଦୁ ଧର୍ମରେ ହୋଲି ଏକ ମୁଖ୍ୟ ପର୍ବ ବୋଲି ମାନ୍ୟତା ରହିଛି। ରଙ୍ଗର ପର୍ବ ପ୍ରତ୍ୟେକଙ୍କ ମୁହଁରେ ହସ ଫୁଟାଇଥାଏ। ଚଳିତ ବର୍ଷ ୧୯ ତାରିଖରେ ହୋଲି। ହୋଲି ପର୍ବ ସଭିଁଙ୍କ ପାଇଁ ପ୍ରେମ ଓ ସୁଖସମୃଦ୍ଧି ଆଣିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଆର୍ଥିକ କ୍ଷେତ୍ରରେ ଉନ୍ନତି ଓ ବୈବାହିକ ଜୀବନରେ ମଧୁରତା ସର୍ବଦା ବଜାୟ ରଖିବା ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ….

ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ଓ ସମ୍ପର୍କରେ ମଧୁରତା ଭରିବା ପାଇଁ ହୋଲି ଦିନ ରାତି ସମୟରେ ଏକ କପଡାରେ ମୁଗ,ଚଣାଡାଲି, ଚାଉଳ, ଗହମ, ମସୁର ଡାଲି,କଳା ବିରି,ରାଶିରେ ନବଗ୍ରହ କରି ତିଳକ ଲଗାଇ ଦୀପ ଲଗାନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ମିଳିଥାଏ।
ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ହୋଲିକା ଦହନ ଦିନ ଏକ ଶୁଖିଲା ନଡିଆରେ ସେଥିରେ କିଛି ଚିନି ରଖି ହୋଲିକା ଦହନ ସମୟରେ ସେହି ନିଆଁରେ ନଡିଆକୁ ପକାଇ ଦିଅନ୍ତୁ। ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।
ଆର୍ଥିକ ସମସ୍ୟା ଦୂର କରିବା ପାଇଁ ପତି-ପତ୍ନୀ ଏହି ଦିନ ଘିଅର ଦୀପ ଜଳାଇବା ଦ୍ୱାରା ଚନ୍ଦ୍ରମାଙ୍କୁ କ୍ଷୀର ଓ ଅର୍ଘ୍ୟ ଅର୍ପଣ କରନ୍ତୁ।

ରାଶି ଅନୁଯାୟୀ ରଙ୍ଗ ..
ମେଷ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳା ଲାଲ ଓ ହଳଦିଆ ରଙ୍ଗ ଖେଳି ହୋଲି ପର୍ବକୁ ପାଳନ କରନ୍ତୁ। ଏହି ରଙ୍ଗରେ ହୋଲି ଖେଳିବା ଦ୍ୱାରା ଆପଣଙ୍କ ଜୀବନରେ ପ୍ରେମ ଓ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।
ବୃଷ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧଳା ରଙ୍ଗର ବସ୍ତ୍ର ପିନ୍ଧି ନାରଙ୍ଗୀ ଓ ବାଇଗଣୀ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ମିଥୁନ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସବୁଜ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ସମ୍ପର୍କରେ ମଧୁରତା ଆସିବା ସହ ମାନସମ୍ମାନ ବୃଦ୍ଧି ହୋଇଥାଏ।
କର୍କଟ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧଳା ପୋଷାକ ପିନ୍ଧି ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ଧନ,ଯଶ ଓ ଶାନ୍ତି ପ୍ରାପ୍ତି ହୋଇଥାଏ।
ସିଂହ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସୁନେଲି, ହଳଦିଆ, ଲାଲ, ନାରଙ୍ଗୀ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହେବା ସହ ଅନ୍ୟମାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥାଏ।
କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ସବୁଜ, ନାରଙ୍ଗୀ ରଙ୍ଗରେ ହୋଲି ଖେଳିବା ଉଚିତ। ଏହି ରଙ୍ଗରେ ହୋଲି ଖେଳିବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ।
ତୁଳା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଧଳା ଓ ହାଲକା ଗୋଲାପି ରଙ୍ଗର ପୋଷାକ ପିନ୍ଧି ହୋଲି ଖେଳିବା ଉଚିତ।
ବିଛା ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଲାଲ , ମେରୁନ, ହଳଦିଆ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ।
ଧନୁ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ଲାଲ , ହଳଦିଆ ରଙ୍ଗର ବ୍ୟବହାର କରିବା ଉଚିତ। ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ରହିବା ସହ ଜୀବନର ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ମକର ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ନୀଳ, କଳା ରଙ୍ଗର ବ୍ୟବହାର କରିବା ଉଚିତ। ଏପରି କରିବା ଦ୍ୱାରା ଖୁବ ଶୀଘ୍ର ଆପଣ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ।
କୁମ୍ଭ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ କଳା, ବାଇଗଣୀ, ଲାଲ ରଙ୍ଗରେ ହୋଲି ଖେଳିବା ଉଚିତ। ଏପରି କରିବା ଦ୍ୱାରା କଠିନ ସମସ୍ୟାରୁ ମଧ୍ୟ ଆପଣ ସହଜରେ ମୁକ୍ତି ପାଇପାରିବେ।
ମୀନ ରାଶି – ଏହି ରାଶିର ବ୍ୟକ୍ତି ଓ ମହିଳାଙ୍କୁ ହଳଦିଆ ରଙ୍ଗରେ ହୋଲି ଖେଳିବା ଉଚିତ। ଏହି ରାଶିର ବ୍ୟକ୍ତି ଶିବଲିଙ୍ଗରେ ହଳଦିଆ ରଙ୍ଗ ଅର୍ପଣ କରିବା ପରେ ହୋଲି ଖେଳିବା ଶୁଭ ଦାୟକ। ଏପରି କରିବା ଦ୍ୱାରା ଧନ ଓଐଶ୍ୱର୍ୟ୍ୟ ପ୍ରାପ୍ତି ହୋଇଥାଏ।