ଓଡ଼ିଶାରେ ଗଡ଼ିବ ଆଉ ୩ଟି ବନ୍ଦେ ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦେଶରେ ୧୦ଟି ନୂତନ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ ହେବ। ସେଥିମଧ୍ୟରୁ ଓଡ଼ିଶା ମଧ୍ୟରେ ୩ଟି ଟ୍ରେନ୍‌ ଚଳାଚଳ କରିବ। ସେଗୁଡ଼ିକ ହେଲା ଟାଟାନଗର-ବ୍ରହ୍ମପୁର ବନ୍ଦେ ଭାରତ, ରାଉରକେଲା-ହାୱଡା ବନ୍ଦେ ଭାରତ ଓ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନ୍‌। ବ୍ରହ୍ମପୁର ଷ୍ଟେସନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରିଛନ୍ତି। ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କ୍‌ୱାଲ ଆଜି ବିଧାନସଭା କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ବନ୍ଦେ ଭାରତ ଟ୍ରେନ୍‌ ଶୁଭାରମ୍ଭ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି।