ଗତକାଲି ମଣିପୁରରେ ଜାତିଆଣ ହିଂସା ଜାରି ରହିଥିବା ବେଳେ ଅପରାହ୍ନରୁ ସମଗ୍ର ରାଜ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଇମ୍ଫାଲର ଦୁଇଟି ଜିଲ୍ଲା ସମେତ ରାଜ୍ୟର ୫ଟି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି ଏବଂ ହିଂସାକାରୀଙ୍କ ମୁକାବିଲା ପାଇଁ ଆରଏଏଫ୍ ମୁତୟନ କରାଯାଇଛି। ସୋସିଆଲ ମିଡିଆ ମାଧ୍ୟମରେ ହିଂସାର ପ୍ରସାର ପାଇଁ ବ୍ୟାପକ ଉଦ୍ୟମ ହେଉଥିବାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ରଖାଯାଇଛି। କୁକି ଉଗ୍ରପନ୍ଥୀମାନେ ପୁଣି ସମଗ୍ର ରାଜ୍ୟରେ ହିଂସା ପାଇଁ ବଡ଼ ଧରଣର ଷଡ଼୍ଯନ୍ତ୍ର କରିଥିବାରୁ ସୁରକ୍ଷା ବଢ଼ାଇ ଦିଆଯାଇଛି। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁରୁବାର ପର୍ଯ୍ୟନ୍ତ ବନ୍ଦ ରହିଛି। ଆଜି ଇମ୍ଫାଲରେ ବିକ୍ଷୋଭକାରୀ ଛାତ୍ରମାନେ ରାଜଭବନ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୁଲିସ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ଏଥିରେ ୪୦ ଛାତ୍ର ଆହତ ହୋଇଛନ୍ତି।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
Prev Post
Next Post