ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ ଗଭୀର ଅବପାତର ରୂପ ନେବା ପରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ତେବେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ବର୍ଷାର ବିସ୍ତୃତି କମିଥିବାବେଳେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ାରେ ସର୍ବାଧିକ ୧୩୩.୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ପଛକୁ ମାଲକାନଗିରିରେ ୧୦୨.୬ ମିମି, ଟିଟିଲାଗଡ଼ରେ ୫୯.୪ ମିମି, କୋରାପୁଟରେ ୫୮.୮ ମିମି, ବଲାଙ୍ଗୀରରେ ୪୩.୫ ମିିମି ଓ ହୀରାକୁଦରେ ୩୯.୮ ମିମି ବର୍ଷା ହୋଇଥିବାବେଳେ ସମଗ୍ର ରାଜ୍ୟରେ ଭାରି ବର୍ଷା ରେକର୍ଡ ହୋଇଛି।ତେବେ ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟର କେତେକ ଜିଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବୁଧବାର ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୁରଭଞ୍ଜ ଓ କେନ୍ଦୁଝରକୁ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ରହିଛି।
Trending
- ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ୧ କୋଟି ଯୁବକଙ୍କୁ AI ଟ୍ରେନିଂ ଓ ମାଗଣା କୋଚିଂ
- ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ବିଶ୍ୱର ଦ୍ରୁତତମ ବିକାଶଶୀଳ ପ୍ରମୁଖ ଅର୍ଥନୀତି ଭାବେ ଉଭା ହୋଇଛି ଭାରତ
- ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି, ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଦେଶ ବିରୋଧରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନିଷ୍ପତ୍ତିକୁ କଲେ ପ୍ରଶଂସା
- ବିପଦ ସଂକେତ ଅତିକ୍ରମ କଲା ବୁଢାବଳଙ୍ଗ,ବାଲେଶ୍ବରରେ ଲୋକ ମାନଙ୍କୁ ସ୍ଥାନାନ୍ତରିତ ଆରମ୍ଭ
- ମୁକ୍ତିକୁ ଅପେକ୍ଷା କରିଥିବା ଦାରା ସିଂ ନିରାଶ,ମୁକ୍ତି ଉପରେ କରାଯିବ ପୁନର୍ବିଚାର
- ତାଳଚେର-ପୁରୀ ଏକ୍ସପ୍ରେସ ଲାଇନଚ୍ୟୁତ
- ୮୦ତମ ସ୍ୱାଧୀନତା ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
- ଭୁବନେଶ୍ବର ବିମାନବନ୍ଦରରେ ହଙ୍ଗାମା,୩ ଘଣ୍ଟା ଅପେକ୍ଷା ପରେ ଫ୍ଲାଇଟ୍ ବାତିଲ
- ଜଳକା ନଦୀରେ ପୁଣି ବନ୍ୟା, ଲୋକଙ୍କ ଘରେ ପାଣି ପଶିଥିବା ବେଳେ ଭୁଶୁଡିଲା କଚ୍ଚା ଘରର କାନ୍ଥ
- ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ,ଲୋୟର ପିଏମଜିର ଗାନ୍ଧୀ ମାର୍ଗରେ ୫୧ଟି କଣ୍ଟିଜେଣ୍ଟର ଫୁଲ ଡ୍ରେସ ରିହରସଲ
Prev Post
Next Post