ଆଗାମୀ ୩ ଘଣ୍ଟାରେ ପ୍ରବଳ ଛେଚିବ
ରାଜ୍ୟରେ ଜାରି ରହିଛି ବର୍ଷା। ତେବେ ଆଗାମୀ ୩ ଘଣ୍ଟାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିବା ବେଳେ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ବଙ୍ଗୋପସାଗରରେ ଅବପାତର ରୂପ ନେଇଥିଲା ଲଘୁଚାପ। ଗୋପାଳପୁରଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଥିଲା। ପାରାଦ୍ୱୀପଠୁ ୨୯୦, ଦୀଘାଠୁ ୪୧୦ କିମି ଦୂରରେ ଅବସ୍ଥିତ ଥିଲା ଏହି ଅବପାତ। ତେବେ ଏହି ପ୍ରଭାବରେ ୧୧ ତାରିଖ ଯାଏଁ ଲାଗିରହିବ ବର୍ଷା।