ଯୁଦ୍ଧର ଗତିପଥ ବଦଳିବ

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଆଜି ଭିନ୍ନ ମୋଡ଼ ନେଇଛି । ରୁଷ୍‌ର କୁର୍ସ୍କ ଅଂଚଳରେ ୟୁକ୍ରେନ ସେନାର ଅତିକ୍ରମଣ ଓ ରୁଷୀୟ ଅଂଚଳ ଦଖଲ ଜବାବରେ ଆଜି ପଶ୍ଚିମ ୟୁକ୍ରେନ୍‌ରେ ରୁଷ୍‌ ସେନା ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି। ରୁଷ୍‌ର ଶକ୍ତିଶାଳୀ ଯୁଦ୍ଧ ବିମାନଗୁଡ଼ିକ ବୋମାବର୍ଷା କରୁଥିବା ବେଳେ ଲଗାତାର କ୍ଷେପଣାସ୍ତ୍ର ମାଡ଼ ହେଉଛି । ଏଭଳି ସ୍ଥିତିରେ ଅସହାୟ ୟୁକ୍ରେନ ପ୍ରତିଶୋଧମୂଳକ ଆକ୍ରମଣ କରିବାକୁ ଅନୁମତି ଦେବା ପାଇଁ ପାଶ୍ଚାତ୍ୟଦେଶମାନଙ୍କୁ ଅନୁରୋଧ କରିଛି। ରୁଷ୍‌ ଅଚାନକ ପଶ୍ଚିମ ୟୁକ୍ରେନରେ  ଆକାଶମାର୍ଗରୁ ଆକ୍ରମଣ ବଢ଼ାଇବା ସହ  କୁର୍ସ୍କରେ  ପଦାତିକ ବାହିନୀର ଅଭିଯାନକୁ ବ୍ୟାପକ କରିଛି।  ୟୁକ୍ରେନର ରାଜଧାନୀ ସୁମି ସହର ଉପରେ ରବିବାର ରୁଷ୍‌ର ବିମାନ ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ୟୁକ୍ରେନ୍‌ର ସେନାର ଅନେକ ଶିବିର ଓ ଟ୍ୟାଙ୍କ ଧ୍ବସ୍ତ ହୋଇଛି ।  ସୂଚନାଯୋଗ୍ୟ, କିବ୍‌ ଅଗଷ୍ଟ ୬ ତାରିଖରେ କୁର୍ସ୍କ ଆକ୍ରମଣ ଆରମ୍ଭ କରିଥିଲା, ଯାହା ରୁଷିଆକୁ ଦେଶର ପୂର୍ବ ଦିଗରେ ସୁରକ୍ଷା ବଢ଼ାଇବାକୁ ବାଧ୍ୟ କରିଥିଲା।