ମେଡିକାଲ ଟୁରିଜିମ୍ କ’ଣ ?

‘ମେଡିକାଲ ଟୁରିଜିମ୍‌’ ଏକ ନୂତନ କ୍ୟାରିୟର ସୁଯୋଗ ଭାବେ ଉଭା ହୋଇଛି । ଏହା ଅନ୍ତର୍ଗତ କୁଶଳୀ ମେଡିକାଲ ପ୍ରଫେସନାଲ୍ସଙ୍କ ମାଧ୍ୟମରେ ପର୍ଯ୍ୟଟକମାନଙ୍କ ପାଇଁ ଉନ୍ନତ ବାୟୋମେଡିକାଲ ଏବଂ ନର୍ସିଂ ସୁବିଧାର ବ୍ୟବସ୍ଥା କରାଯାଇଥାଏ । ଏମିତିରେ ନୂତନ ଏବଂ ଉତ୍ତମ କ୍ୟାରିୟର ବିକଳ୍ପ ଭାବରେ ଯୁବବର୍ଗ ମେଡିକାଲ ଟୁରିଜିମ୍ ପ୍ରତି ଆଗ୍ରହ ପ୍ରକାଶ କରୁଥିବାର ଦେଖାଦେଉଛି ।

ମେଡିକାଲ ଟୁରିଜିମ୍ କ’ଣ ?

ମେଡିକାଲ ଟୁରିଜିମ୍ ଚିକିତ୍ସା ସୁବିଧା ସହ ଜଡ଼ିତ ଏକ ପାଠ୍ୟକ୍ରମ ଯେଉଁଥିରେ ପର୍ଯ୍ୟଟନ ସହ ଚିକିତ୍ସା ସୁବିଧା କିପରି ଜଡ଼ିତ ସେ ବିଷୟରେ କୁହାଯାଇଛି । ଆନ୍ତର୍ଜାତୀୟ ରୋଗୀ ସେବାର ବିଭିନ୍ନ ଉପାୟ, ଟ୍ରାଭେଲ ଏବଂ ଟୁରିଜିମ୍ ଇଣ୍ଡଷ୍ଟ୍ରି, ଲଜିଷ୍ଟିକ୍ସ ଏବଂ ହସ୍ପିଟାଲିଟି ଇଣ୍ଡଷ୍ଟ୍ରି ଆଦି ବିଭିନ୍ନ ବିଷୟ ସହ ପରିଚିତ କରାଯାଇଥାଏ । ଏହା ସହ ଯୋଗାଯୋଗ ଦକ୍ଷତା ବିଷୟରେ ମଧ୍ୟ ଶିକ୍ଷା ପ୍ରଦାନ କରାଯାଇଥାଏ ଯଦ୍ୱାରା ଆମେ ମେଡିକାଲ ପର୍ଯ୍ୟଟକଙ୍କ ସହ ଉତ୍ତମ ଭାବରେ ଯୋଗାଯୋଗ କରିପାରିବା ।ମେଡିକାଲ ଟୁରିଜିମରେ କ୍ୟରିୟର କରିବା ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା

ଏହି ଫିଲ୍ଡରେ କ୍ୟାରିୟର କରିବା ପାଇଁ ପ୍ରାର୍ଥୀ ଜଣଙ୍କ ମେଡିକାଲ ଟୁରିଜିମ୍ ପାଠ୍ୟକ୍ରମରେ ସ୍ନାତକ କରିଥିବେ । ଏହା ବ୍ୟତୀତ ମେଡିକାଲ ଟୁରିଜିମରେ ସାର୍ଟିଫିକେଟ୍‌, ସ୍ୱାସ୍ଥ୍ୟ ସେବା ମ୍ୟାନେଜମେଣ୍ଟ ଏବଂ ହସ୍ପିଟାଲ ଅପରେସନ ମ୍ୟାନେଜମେଣ୍ଟରେ ଡିପ୍ଲୋମା/ ମେଡିକାଲ ଟୁରିଜିମରେ ମାଷ୍ଟର ଡିଗ୍ରୀ, ପିଜି ଡିପ୍ଲୋମା ଏବଂ MBA କରିଥିବା ଆବଶ୍ୟକ ।ଭାରତରେ ଆୟୁର୍ବେଦ ଏବଂ ଯୋଗ ସବୁବେଳେ ବିଦେଶୀ ପର୍ଯ୍ୟର୍ଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଅନେକ ବିଦେଶୀ ପର୍ଯ୍ୟଟକ ବିଶେଷ କରି ଆୟୁର୍ବେଦ ଚିକିତ୍ସା ପାଇଁ ଭାରତ ଅସୁଛନ୍ତି । ଭାରତରେ ଅନେକ ହୋଟେଲ, ରିସର୍ଟ ଏବଂ ଆୟୁର୍ବେଦିକ କେନ୍ଦ୍ରରେ ମେଡିକାଲ ଟୁରିଜିମ ସେବା ପ୍ରଦାନ କରୁଛି । ଅପରପକ୍ଷରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ‘ଅତୁଲ୍ୟ ଭାରତ ଅଭିଯାନ’ ଅନ୍ତର୍ଗତ ଯୋଗ, ଆୟୁର୍ବେଦ ଏବଂ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରାଯାଉଛି ।