ବିଧାନସଭା ଆରମ୍ଭରେ ସେମବାର ଗୃହରେ ସୁଭଦ୍ରା ଯୋଜନାକୁ ନେଇ ହୋହଲ୍ଲା ହୋଇଛି। ପରେ ଶୂନ୍ୟ କାଳରେ ପ୍ରଦ୍ୟୁମ୍ନ ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଉତ୍ତର ରଖିଛନ୍ତି। ସେ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଞ୍ଚଳରେ ଘଟିଛି ଶହେ ହତ୍ୟା। ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷରେ ୧୦୦ ହତ୍ୟା ଘଟିଛି। ୧୦୦ ହତ୍ୟା ମାମଲାରେ ମୋଟ ୩୨୮ ଜଣଙ୍କୁ ଗିରଫ କରାଯାଇଛି। ୧୦୦ ମାମଲାରୁ ୯ଟି ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି।୨୨ଟି ମାମଲାରେ ଦୋଷମୁକ୍ତ, ୬୯ ମାମଲା ବିଚାରାଧୀନ ରହିଛି।
ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ଦାବି କରି ପ୍ରଥମେ ଗୃହରେ ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ବିଜେଡି ସଦସ୍ୟଙ୍କ ହୋହଲ୍ଲା କରିଥିଲେ । ପରେ କଂଗ୍ରେସ ବିଧାୟକମାନେ ମଧ୍ୟ ବିଜେଡି ସଦସ୍ୟମାନଙ୍କ ସହ ନାରାବାଜୀ ଦେଇଥିଲେ। ସେସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏକ ପ୍ରଶ୍ନର ଉତ୍ତର ଦେଉଥିଲେ। ହେଲେ ବିରୋଧୀଙ୍କ ହୋହଲ୍ଲା ଯୋଗୁ ବାଧ୍ୟହୋଇ ଦିନ ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ।
ଆଜି ବିଧାନସଭା ଆରମ୍ଭରେ ଦିବଙ୍ଗତ ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଥିଲେ।
Trending
- ଗାନ୍ଧୀ ମାର୍ଗରେ ପତକା ଉତ୍ତଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ତିତିକ୍ଷା ଓ ବଳିଦାନକୁ ସ୍ମରଣ କଲେ
- ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ୧ କୋଟି ଯୁବକଙ୍କୁ AI ଟ୍ରେନିଂ ଓ ମାଗଣା କୋଚିଂ
- ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ବିଶ୍ୱର ଦ୍ରୁତତମ ବିକାଶଶୀଳ ପ୍ରମୁଖ ଅର୍ଥନୀତି ଭାବେ ଉଭା ହୋଇଛି ଭାରତ
- ଆଜି ଦେଶ ପାଳୁଛି ୮୦ତମ ସ୍ବାଧୀନତା ଦିବସ,ଦେଶବ୍ୟାପୀ ଉତ୍ସବର ମାହୋଲ୍
- ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି, ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଦେଶ ବିରୋଧରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ନିଷ୍ପତ୍ତିକୁ କଲେ ପ୍ରଶଂସା
- ବିପଦ ସଂକେତ ଅତିକ୍ରମ କଲା ବୁଢାବଳଙ୍ଗ,ବାଲେଶ୍ବରରେ ଲୋକ ମାନଙ୍କୁ ସ୍ଥାନାନ୍ତରିତ ଆରମ୍ଭ
- ମୁକ୍ତିକୁ ଅପେକ୍ଷା କରିଥିବା ଦାରା ସିଂ ନିରାଶ,ମୁକ୍ତି ଉପରେ କରାଯିବ ପୁନର୍ବିଚାର
- ତାଳଚେର-ପୁରୀ ଏକ୍ସପ୍ରେସ ଲାଇନଚ୍ୟୁତ
- ୮୦ତମ ସ୍ୱାଧୀନତା ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
- ଭୁବନେଶ୍ବର ବିମାନବନ୍ଦରରେ ହଙ୍ଗାମା,୩ ଘଣ୍ଟା ଅପେକ୍ଷା ପରେ ଫ୍ଲାଇଟ୍ ବାତିଲ
Prev Post