ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ଜବଲପୁରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋର ୬-ଇ-୭୩୦୮ ବିମାନରେ ବୋମା ଥିବା ଧମକ ମିଳିଛି। ଏହା ପରେ ବିମାନଟି ଶୀଘ୍ର ନାଗପୁରରେ ଅବତରଣ କରିଥିଲା।  ସମସ୍ତ ଯାତ୍ରୀଙ୍କୁ ବିମାନରୁ ବାହାର କରାଯାଇଥିଲା।ଏୟାରଲାଇନ୍ ଅନୁଯାୟୀ, ବୋମା ଧମକ ଯୋଗୁଁ ଜବଲପୁରରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ କରୁଥିବା ଇଣ୍ଡିଗୋ ବିମାନ ନମ୍ବର ୬-ଇ-୭୩୦୮କୁ ନାଗପୁରକୁ ଅବତରଣ କରିବା ପାଇଁ ପଠାଯାଇଥିଲା। ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଯାତ୍ରୀମାନଙ୍କୁ ସହାୟତା ଏବଂ ସୂଚନା ପ୍ରଦାନ କରାଯାଇଥିଲା। ତେବେ ଯାଞ୍ଚରେ କୌଣସି ସନ୍ଦଗ୍ଧ ପଦାର୍ଥ ମିଳି ନ ଥିଲା।