ବିଏମ୍ସି ପାଳିବାକୁ ଯାଉଛି ସ୍ବାୟତ୍ତ ଶାସନ ଦିବସ। ଏଥିପାଇଁ ଚାଲିଥିବା ଜୋରଦାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଏଥର ଉଦ୍ଘାଟନ ପାଇଁ କେତେକ ୱାର୍ଡ ଅଫିସ, ରାସ୍ତା, ନଳାକୁ ଛାଡ଼ିଦେଲେ କୌଣସି ବଡ଼ ପ୍ରକଳ୍ପ ବିଏମ୍ସି ହାତରେ ନାହିଁ। ଏଣୁ ଏହାକୁ ପ୍ରକଳ୍ପ ନିକଟରେ ଉଦ୍ଘାଟନ ନ କରି ବିଏମ୍ସି କାର୍ଯ୍ୟାଳୟ ପରିସରରେ ଏକତ୍ର ଫଳକ ସ୍ଥାପନ କରାଯାଇ ଲୋକାର୍ପଣ ଯୋଜନା ହୋଇଛି। ପରେ ଏହି ସବୁ ଫଳକକୁ ସମ୍ପୃକ୍ତ ପ୍ରକଳ୍ପ ସ୍ଥାନକୁ ନିଆଯାଇ ସ୍ଥାପନ କରାଯିବ। ଏଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯେଉଁ ଭାଷଣ ଦେବେ ତାହାକୁ ଲାଇଭ୍ ଦେଖିବା ପାଇଁ ଏଲ୍ଇଡି ସ୍କ୍ରିନ୍ ବ୍ୟବସ୍ଥା କରାଯାଇଛି।ସକାଳେ ପତାକା ଉତ୍ତୋଳନ ଓ ସନ୍ଧ୍ୟାରେ ଜୟଦେବ ଭବନରେ ସମ୍ବର୍ଦ୍ଧନା ଓ ମୁଖପତ୍ର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ଏଥିରେ ଆଇନ ମନ୍ତ୍ରୀ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଯୋଗ ଦେବେ। ତେବେ ଭୁବନେଶ୍ବରରେ ଜନସଂଖ୍ୟା ବଢ଼ୁଥିବାରୁ ହାତପାହାନ୍ତାରେ ସେବା ଯୋଗାଇ ଦେବାକୁ ବିଏମ୍ସିକୁ ୬ ଜୋନ୍ ବିଶିଷ୍ଟ କରିବା ଘୋଷଣାକୁ ବର୍ଷେ ପୂରିବାକୁ ବସିଥିଲେ ମଧ୍ୟ ଏ ଯାବତ୍ ହୋଇ ପାରିଲା ନାହିଁ। ସ୍ବାୟତ୍ତ ଶାସନ ଦିବସ ଅବସରରେ ୬ ଜୋନ୍ କାର୍ଯ୍ୟକ୍ଷମ ହେବା ନେଇ କୌଣସି ଯୋଜନା ମଧ୍ୟ ନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନିକଟ ଅତୀତରେ ଏକ ମାମଲାର ବିଚାର କଲା ବେଳେ ହାଇକୋର୍ଟ ବିଏମ୍ସିରେ ସିଟିଜେନ୍ ଚାର୍ଟର ଉପରେ ଗୁରୁତ୍ବାରୋପ କରିଛନ୍ତି। ଜନସାଧାରଣଙ୍କର ଅଭିଯୋଗ ଶୁଣାଣି ଶତ ପ୍ରତିଶତ ସକ୍ଷମ ହୋଇ ନଥିବାରୁ ଏହାକୁ ହାଇକୋର୍ଟ ଗୁରୁତ୍ବର ସହ ନେଇଛନ୍ତି। ବାସ୍ତବରେ ସହରରେ ଜନସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବା ବେଳେ ଉପକଣ୍ଠ ବା ପଞ୍ଚାୟତରେ ଥିବା ଗ୍ରାମଗୁଡ଼ିକ ବିଏମ୍ସିରେ ଯୋଡ଼ି ହେଉଛି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post