କମିଲା ଜିଡିପି ଅଭିବୃଦ୍ଧି
ଚଳିତ ବର୍ଷର ପ୍ରଥମ ୩ ମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହ୍ରାସ ପାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲ ମାସରୁ ଜୁନ ମାସ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ଜିଡିପି ୬.୭ % ରହିଛି, ଯାହା ଗତ ଆର୍ଥିକ ବର୍ଷର ଏହି ସମୟରେ ୮.୨% ରହିଥିଲା। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। ଅନ୍ୟପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଆକଳନ ମଧ୍ୟ ଭୁଲ ହୋଇଛି। ପ୍ରଥମ ୩ମାସରେ ଅଭିବୃଦ୍ଧି ୭.୧% ରହିବ ବୋଲି ଆକଳନ କରାଯାଇଥିବାବେଳେ ବାସ୍ତବତା ଭିନ୍ନ ରହିଛି।