ଦରବୃଦ୍ଧିକୁ ନେଇ ଗ୍ରାହକମାନେ ହନ୍ତସନ୍ତ ହେଉଥିବା ବେଳେ ଏହା ମଧ୍ୟରେ ଆସିଛି ପୁଣି ଏକ ବଡ଼ ଖବର । କ୍ଷୀର ମହଙ୍ଗା ହୋଇଛି । କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଛି । କ୍ଷୀରର ଏହି ବର୍ଦ୍ଧିତ ଦର ସେପ୍ଟେମ୍ବର ପହିଲାରୁ ଲାଗୁ ହେବ । ମୁମ୍ବାଇ କ୍ଷୀର ଉତ୍ପାଦନକାରୀ ସଂଘ (ଏମଏମପିଏ) ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ମଇଁଷି କ୍ଷୀରକୁ ନେଇ ଏହି ନୂଆ ଦର ଲାଗୁ କରାଯାଇଛି । ଏହି ଦର ବୃଦ୍ଧି ଆସନ୍ତା ୬ ମାସ ପର୍ଯ୍ୟନ୍ତ କାଏମ୍ ରହିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ରିଟେଲରମାନଙ୍କ ପାଇଁ ଦର ଲିଟର ପିଛା ପାଖାପାଖି ୯୩ରୁ ୯୮ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି କୁହାଯାଇଛି ।ତେବେ ମଇଁଷି କ୍ଷୀରର ଏହି ବର୍ଦ୍ଧିତ ଦର ସେପ୍ଟେମ୍ବର ମାସ ୧ ତାରିଖରୁ ମୁମ୍ବାଇରେ ଲାଗି ହେବ । ପୂର୍ବରୁ ମଇଁଷି କ୍ଷୀର ଲିଟର ୮୭ ଟଙ୍କା ରହିଥିବା ବେଳେ ଏବେ ତାହା ୮୯ ଟଙ୍କା ହୋଇଯାଇଛି । ଆସନ୍ତାମାସ ପହିଲାରୁ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହେବ । ଗ୍ରାହକମାନେ ମଇଁଷି କ୍ଷୀର ଅଧିକ ଦୁଇ ଟଙ୍କା ଦେଇ କିଣିବେ ।
Trending
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
Prev Post
Next Post