ଭାରତୀୟ ନିବେଶ ବଜାର ବେଶ୍ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ଦିନକରେ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବଜାରରେ ଯୋଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ସୋମବାରର ଶେୟାର ବଜାର କାରବାର ଶେଷ ପରେ ନିବେଶକ ପୁଞ୍ଜି ବଜାରରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ଯୋଡ଼ିଛନ୍ତି। ଫଳରେ ପୁଞ୍ଜିବଜାରର ପରିମାଣ ୪୬୨.୪୦ ଲକ୍ଷ କୋଟିରେ ପହଞ୍ଚତ୍ଛି। ପୂର୍ବ କାର୍ଯ୍ୟଦିବସର ଫଳାଫଳ ପରେ ବଜାର ପରିମାଣ ପ୍ରାୟ ୪୬୦.୪୦ ଲକ୍ଷ କୋଟି ଟଙ୍କାରେ ଥିଲା।
ସେହିଭଳି କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ହେଉଥିଲାବେଳେ ନିବେଶକମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନସେକ୍ସ ପ୍ରାୟ ୬୧୨ ପଏଣ୍ଟ ବଢି ୮୧,୬୯୮ ଅଙ୍କରେ ରହିଥିଲାବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ବା ଏନ୍ଏସ୍ଇ ନିଫ୍ଟି ୨୫,୦୦୦ ଅଙ୍କ ଉପରେ ରହିଛି। ଏପରିକି ଏନ୍ଏସ୍ଇ ନିଫ୍ଟି-୫୦ର କାରବାର ୦.୭୬% ବୃଦ୍ଧି ପାଇଁ ୨୫,୦୧୧ଅଙ୍କରେ ପହଞ୍ଚତ୍ଛି। ଅପରପକ୍ଷରେ ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେନସେକ୍ସର ମିଡକ୍ୟାପର କାରବାର ୦.୫% ଏବଂ ସ୍ମଲ୍କ୍ୟାପ ୦.୨% ବୃଦ୍ଧି ଘଟିଥିଲାବେଳେ ନିଫ୍ଟି ମିଡକ୍ୟାପ ୦୬୪% ବଢ଼ି ୫୮,୯୩୧.୧୫ଅଙ୍କରେ ରହିଛି। ସେହିଭଳି ନିଫ୍ଟି ସ୍ମଲକ୍ୟାପ ୦.୪୧% ବୃଦ୍ଧି ଘଟି ୯୦୬୮.୧୫ ଅଙ୍କରେ ଥିଲାବେଳେ ନିଫ୍ଟି ବ୍ୟାଙ୍କ ୦.୪୨% ବଢ଼ି ୫୧,୧୪୮.୧୦ ଅଙ୍କରେ ପହଞ୍ଚତ୍ଛି। ସେହିପରି ସେକ୍ଟରାଲଭିତ୍ତିରେ ଆଇଟି, ମେଟାଲ, ଅଏଲ ଆଣ୍ଡ ଗ୍ୟାସ ଏବଂ ପ୍ରପର୍ଟି ଆଦିରେ ନିବେଶକମାନେ ୧ରୁ ୨% ନିବେଶ ବୃଦ୍ଧି କରିଥିଲାବେଳେ ନିଫ୍ଟ କ୍ଷେତ୍ରରେ ହିଣ୍ଡୋଲ୍କୋ, ଏନ୍ଟିପିସି, ଏଚ୍ସିଏଲ୍ ଟେକ୍, ବଜାଜ ଫିନସର୍ଭ, ଓଏନ୍ଜିସି, ଆଦାନୀ ପୋର୍ଟ, ଆଇଚର ମୋଟର୍ସ ଏବଂ ନେସ୍ଲେ ଭଳି ନିବେଶକ ସର୍ବାଧିକ ଲାଭବାନ ହୋଇଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post