ଜୋମାଟୋ କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ବେଶ ପରିଚିତ । ନିକଟରେ ଜୋମାଟୋ କମ୍ପାନୀ ଏହାର ଗ୍ରାହକଙ୍କ ପାଇଁ ଏକ ନୂତନ ଫିଚର ଲଞ୍ଚ୍ କରିଛି । ଫଳରେ ଅନେକ ଗ୍ରାହକ ଲାଭାନ୍ୱିତ ହୋଇପାରିବେ ।କମ୍ପାନୀର ପ୍ରତିଷ୍ଠାତା ଏବଂ ସିଇଓ ଦୀପିନ୍ଦର ଗୋୟଲ ଜୋମାଟୋର ନୂତନ ଫିଚରକୁ ନେଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଆପଣ ୨ ଦିନ ପୂର୍ବରୁ ଭୋଜନ ଅର୍ଡ଼ର କରିପାରିବେ । ଆମେ ଏହାକୁ ସଠିକ୍ ସମୟରେ ଡେଲିଭର କରିବୁ । କମ୍ପାନୀ ଏହି ନୂତନ ସେବାକୁ ଅଧିକାଂଶ ରେଷ୍ଟୁରାଣ୍ଟ ଏବଂ ସହରରେ ବ୍ୟାପକ କରିବା ପାଇଁ ବିଚାର କରୁଛି । ନିକଟରେ କମ୍ପାନୀ ଏହାର ଇଣ୍ଟରସିଟି ଫୁଡ଼୍ ଡେଲିଭରି ସେବା ଏବଂ ହାଇପରଲୋକାଲ ଡେଲିଭରି ସେବା ଏକ୍ସଟ୍ରିମକୁ ବନ୍ଦ କରିଦେଇଛି । ଏହା ଗତ ବର୍ଷ ଅକ୍ଟୋବରରେ ଲଞ୍ଚ୍ କରାଯାଇଥିଲା ।’ ଏହି ନୂତନ ସେବା ଦିଲ୍ଲୀ ଏନସିଆର, ବେଙ୍ଗାଲୁରୁ, ମୁମ୍ବାଇ, ଅହମଦାବାଦ, ଚଣ୍ଡିଗଡ଼, ଲକ୍ଷ୍ନୌ ଏବଂ ଜୟପୁରର ପ୍ରାୟ ୧୩ ହଜାର ଆଉଟଲେଟରେ ୧୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଡର ପାଇଁ ଉପଲବ୍ଧ ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Next Post