ମହାକାଶରେ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଓ ଅନ୍ୟଜଣେ ସାଥୀ ବୁଚ୍ ବ୍ଲିମୋର । ତେବେ ସେଠାରୁ ଫେରିବା କିମ୍ବା ତାଙ୍କୁ ଉଦ୍ଧାର କରିବା ସମ୍ଭବ ହେଉନି। ଏହାରି ଭିତରେ ନାସା ପକ୍ଷରୁ ଏକ ଅପ୍ଡେଟ୍ ପ୍ରଦାନ କରାଯାଇଛି। ଉଭୟ ଆସନ୍ତା ବର୍ଷ ଫେବୃଆରୀ ମାସରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ମିଳିଛି। ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ଅନ୍ତରୀକ୍ଷ ଯାନରେ ଉଭୟଙ୍କୁ ଫେରାଇ ଆଣିବାକୁ ଯୋଜନା କରାଯାଇଛି। ମାତ୍ର ଅନ୍ତରୀକ୍ଷରେ ଆଉ ୯୬ଘଣ୍ଟାର ଅମ୍ଳଜାନ ଥିବା ବେଳେ ସେମାନେ କିପରି ସେଠାରେ ଜୀବିତ ରହିବେ ସେ ନେଇ ଚିନ୍ତା ବଢିଛି।ଆସନ୍ତା ବର୍ଷ ମହାକାଶରୁ ଫେରିବେ ସୁନୀତା ୱିଲିୟମସ। ୨ ମହାକାଶଚାରୀଙ୍କ ଫେରିବା ନେଇ ସୂଚନା ଦେଇଛି ଆମେରେକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ଅନ୍ତରୀକ୍ଷ ଯାନରେ ଉଭୟ ପୃଥିବୀ ପୃଷ୍ଠକୁ ଫେରିବେ। ମହାକାଶରୁ ବର୍ତ୍ତମାନ ଉଭୟଙ୍କୁ ଫେରାଇ ଆଣିବା ଅଧିକ ବିପଦଜନକ ବୋଲି କହିଛି ନାସା। ସପ୍ତାହେ ପାଇଁ ମହାକାଶକୁ ଯାଇଥିବା ଉଭୟ ମହାକାଶଚାରୀ ଏବେ ଅନ୍ତରୀକ୍ଷରେ ଦୀର୍ଘ ୮ ମାସ ଧରି ରହିବେ। ବିନା କ୍ରୁରେ ଅନ୍ତରୀକ୍ଷ ବିମାନ ‘ଷ୍ଟାରଲାଇନର’ ମହାକାଶରୁ ଫେରିବ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ